Masthead

ଅମ୍ରିତପାଲ ସିଂ ଏବେ ବି ଫେରାର, ପଞ୍ଜାବରେ ‘ହାଇ ଆଲର୍ଟ’ ଜାରି

ଚଣ୍ଡୀଗଡ଼(ବଡ଼ ଖବର ବ୍ୟୁରୋ): ପଞ୍ଜାବର ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂ ଏବେ ବି ଫେରାର । ପଞ୍ଜାବ ପୋଲିସ ଅମ୍ରିତପାଲ ସିଂର ତଲାସି ଜାରି ରଖିଛି । ଅମ୍ରିତପାଲର ୭୮ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି । ଅମ୍ରିତ ପାଲକୁ ନେଇ ଫେକ୍ ନ୍ୟୁଜ ଉପରେ ବିଶ୍ବାସ ନକରିବାକୁ ଅପିଲ କରିଛି ପଞ୍ଜାବ ପୋଲିସ । ପଞ୍ଜାବ ପୁଲିସକୁ ଚକ୍‌ମା ଦେଇ ହେଲା ଫେରାର ହୋଇଛନ୍ତି । ତାକୁ ଧରିବା ପାଇଁ ପୁଲିସ ନାକେଦମ୍ ହୋଇଛି। ଫେରାର ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହକୁ ପଳାତକ ଘୋଷଣା କରାଯାଇଛି। ସରକାରୀ ଅଧିକାରୀମାନେ ସୂଚନା ଦେଇଛନ୍ତି।

ହେଟ୍ ସ୍ପିଚ୍ ଓ ଅନ୍ୟାନ୍ୟ ମାମଲାରେ ଅମ୍ରିତପାଲକୁ ଖୋଜୁଛି ପୋଲିସ । ଏହାକୁ ନେଇ ମୋଗା ଜିଲ୍ଲାରେ ଇଣ୍ଟରନେଟ ସେବା ବାତିଲ ହୋଇଛି । ପୂର୍ବରୁ ଅମ୍ରିତପାଲଙ୍କ ୬ ସହଯୋଗୀଙ୍କୁ ଗିରଫ ରଖିଥିଲା ପୋଲିସ । ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂ । ଅଭିନେତା ତଥା ସାମାଜିକ କର୍ମୀ ଦୀପ ସିଦ୍ଧୁଙ୍କ ଦ୍ବାରା ଗଠିତ ହୋଇଥିଲା ସଂଗଠନ । ଗତବର୍ଷ ଫେବ୍ରୁଆରୀରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଦୀପ ସିଦ୍ଧୁ ।

ସେପଟେ କେନ୍ଦ୍ରୀୟ ଗୁଇନ୍ଦା ‌ଏଜେନ୍‌ସିମାନେ ମଧ୍ୟ କହିଛନ୍ତି, ‘ୱାରିସ୍‌ ପଞ୍ଜାବ ଦେ’ ସଙ୍ଗଠନର ନେତା ଅମୃତପାଲ୍‌ ସିଂହ ଜଣେ ‘ଆଇଏସ୍‌ଆଇ’ ଏଜେଣ୍ଟ୍‌। ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ହିଂସାକାଣ୍ଡ ଭିଆଇବା ପାଇଁ ପାକ୍ତିସ୍ତାନୀ ଗୁପ୍ତଚର ଏଜେନ୍‌ସି ତାଙ୍କୁ ଭାରତକୁ ଆଣିଛି। ଶନିବାର ସୁଦ୍ଧା ପୁଲିସ ‘ୱାରିସ୍‌ ପଞ୍ଜାବ ଦେ’ ସଙ୍ଗଠନର ୭୮ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ଜେରା କରିବା ଲାଗି ଆଉ କିଛି ସଦସ୍ୟଙ୍କୁ ଅଟକ ରଖିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା