Masthead

ଶ୍ରୀଜାଙ୍କ ସହ ଟେବୁଲ ଟେନିସ ଖେଳିଲେ ଆଇନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରଆଇନ ମନ୍ତ୍ରୀ କିରଣ ରିଜିଜୁ । ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରୁହନ୍ତି । ଶନିବାର ସେ ଜାତୀୟ ଚାମ୍ପିୟନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ଖେଳୁଥିବାର ଏକ ଭିଡିଓ ଶେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ରିଜିଜୁ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ’ଦୀର୍ଘ ସମୟ ପରେ ମୁଁ ଭାରତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ ଶ୍ରୀଜା ଅକୁଲାଙ୍କ ସହ ଟେବୁଲ ଟେନିସ ସଟ ଖେଳିବାରେ ସଫଳ ହେଲି।’ ଏହି ଭିଡିଓରେ, ଉଭୟ ଖେଳକୁ ବହୁତ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି ।

କେନ୍ଦ୍ର ମନ୍ତ୍ରୀ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ଏପର୍ଯ୍ୟନ୍ତ ତିନି ହଜାରରୁ ଅଧିକ ୟୁଜର ଏହାକୁ ଲାଇକ ଆସିଥିବାବେଳେ ତିରିଶ ହଜାରରୁ ଅଧିକ ଲୋକ ଏହାକୁ ଦେଖିଛନ୍ତି। ବହୁ ସଂଖ୍ୟକ ୟୁଜର ମଧ୍ୟ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର କହିଛନ୍ତି, ’ଆପଣ ଜଣେ ମହାନ ଖେଳାଳି ସାର୍‌, ଆପଣଙ୍କୁ ପୁନର୍ବାର କ୍ରୀଡ଼ା ମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛୁ।

ଅନ୍ୟ ଜଣେ ଲେଖିଛନ୍ତି, ସାର୍‌ ଆପଣ ଜଣେ ପ୍ରକୃତ କ୍ରୀଡା ପ୍ରେମୀ । ସୂଚନାଯୋଗ୍ୟ, ଶ୍ରୀଜା ଅକୁଲା, ଜାତୀୟ ମହିଳା ଟେବୁଲ ଟେନିସ ଚାମ୍ପିଅନ। ସେ ହାଇଦ୍ରାବାଦର ବାସିନ୍ଦା। ସେ ଗତ ବର୍ଷ ଏପ୍ରିଲରେ ଶିଲଂରେ ନିଜର ପ୍ରଥମ ଜାତୀୟ ଟାଇଟଲ ଜିତିବା ପରେ ବର୍ମିଂହାମରେ ନିଜ ଦେଶ ପାଇଁ ମିଶ୍ରିତ ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ