Masthead

ଟ୍ରେନରେ ରେଳମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଟ୍ରେନ ଭିତରେ ରେଳ ମନ୍ତ୍ରୀ । ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ହଠାତ ନୂଆଦିଲ୍ଲୀ-ଅଜମେର ଶତାବ୍ଦୀ ଏକ୍ସପ୍ରେସରେ ପହଞ୍ଚିଥିଲେ । ସେ ଯାତ୍ରୀମାନଙ୍କଠାରୁ ମତାମତ ମଧ୍ୟ ନେଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ରେଳ ମନ୍ତ୍ରୀ କହିଛନ୍ତି, ’ରେଳବାଇ ବିଷୟରେ ଯାତ୍ରୀମାନେ ସକାରାତ୍ମକ ମତାମତ ଦେଇଛନ୍ତି। ଟ୍ରେନ ଗୁଡିକ ପୂର୍ବ ଅପେକ୍ଷା ଅଧିକ ପରିଷ୍କାର, ଏବଂ ପ୍ଲାଟଫର୍ମଗୁଡିକ ମଧ୍ୟ ସଫା ଅଛି। ପରେ ଯାତ୍ରୀମାନଙ୍କ ସହିତ କଥା ହେବା ଆରମ୍ଭ କରିଥିଲେ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀ ଯାତ୍ରୀମାନଙ୍କୁ ପଚାରିଥିଲେ, ଆପଣ ଟ୍ରେନରେ ମାସକୁ କେତେଥର ଯାତ୍ରା କରନ୍ତି?

ଟ୍ରେନ୍ ସଫା ସୁତୁରା ଅଛି ତ? ଆଜି ମୁଁ ଆସିଛି ବୋଲି ଟ୍ରେନ୍ ଟଏଲେଟ୍ ଓ ପ୍ଲାଟଫର୍ମ ସଫା ଅଛି ନା ସବୁଦିନ ଟ୍ରେନର ପ୍ଲାଟଫର୍ମ ସଫା ରୁହେ । ଏହାର ଉତରରେ ଯାତ୍ରୀ କହିଥିଲେ, ଟ୍ରେନ୍ ସଫାସୁତୁରା ଅଛି । ଟ୍ରେନରେ ଖାଇବା ଭଲ ଅଛି । ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣିବା ପାଇଁ ଯାତ୍ରୀମାନେ କହିଥିଲେ । ସେପଟେ ରେଳମନ୍ତ୍ରୀ କହିଥିେଲେ ଏହି ମାର୍ଗରେ ଦୁଇଟି ପଦକ୍ଷେପ ନିଆଯିବ। ପ୍ରଥମ ଟ୍ରାକରେ କିଛି ପରିବର୍ତ୍ତନ କରି ଏହି ମାର୍ଗରେ ଟ୍ରେନର ଗତି ବୃଦ୍ଧି କରାଯାଉଛି। ଦ୍ୱିତୀୟତଃ, ପରୀକ୍ଷା ପରେ ଖୁବ ଶୀଘ୍ର ଏହି ଟ୍ରାକରେ ଦିଲ୍ଲୀ-ଜୟପୁର ମଧ୍ୟରେ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ