Masthead

କେନ୍ଦ୍ରର ମହିଳା ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ ( ବଡ଼ ଖବର ବ୍ୟୁରୋ) : ହାଥରସ ଘଟଣା ପରେ ମହିଳାଙ୍କ ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ଗୃହ ମନ୍ତ୍ରାଳୟ ଉଭୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ମହିଳାଙ୍କ ବିରୋଧରେ ଆସୁଥିବା ଅପରାଧିକ ମାମଲାର ଉପଯୁକ୍ତ ତଦନ୍ତ କରିବା ଏବଂ ଅବହେଳା ନକରିବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ଗାଇଡଲାଇନରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୧୬୬ (ଇ) ଏଫଆଇଆର ରେଜିଷ୍ଟ୍ରେସନ୍ ନ ହେଲେ ପୁଲିସ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ସିଆରପିସିର ଧାରା ୧୭୩ ଦୁଷ୍କର୍ମ ମାମଲାରେ ଦୁଇମାସ ମଧ୍ୟରେ ତଦନ୍ତ ଶେଷ କରିବା ଦରକାର।

ସେହିପରି ଗାଇଡଲାଇନରେ କୁହାଯାଇଛି ଯେ ଦୁଷ୍କର୍ମ ମାମଲାରେ ଘଟଣାର ଚବିଶ ଘଣ୍ଟା ମଧ୍ୟରେ ଫୋରେନସିକ୍ ନମୁନା ନିଆଯିବ। ଏହି ମାମଲାରେ ପୀଡ଼ିତାଙ୍କ ଦ୍ୱାରା ଲିଖିତ କିମ୍ବା ଅଡିଓ/ଭିଡିଓ ପ୍ରତିକ୍ରିୟା ପ୍ରାସଙ୍ଗିକ ହୋଇଥିଲେ ଗ୍ରହଣ କରାଯିବ । ଯଦି ମହିଳାଙ୍କ ବିରୋଧରେ ଆସିଥିବା ଅପରାଧରେ କୌଣସି ତ୍ରୁଟି ଥାଏ, ତେବେ ଏହି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର। ଯୌନ ନିର୍ୟାତନା ମାମଲାରେ ଏଫ୍ଆଇଆର୍ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଗୃହ ମନ୍ତ୍ରଣାଳୟ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା