Masthead

ଅମୃତପାଲ୍-ଆଇଏସଆଇ ଲିଙ୍କ!

ଚଣ୍ଡୀଗଡ଼ (ବଡ଼ ଖବର ବ୍ୟୁରୋ): ପଞ୍ଜାବ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି ଅମୃତପାଲ୍ । ତାଙ୍କୁ ଧରିବା ପାଇଁ ୨ ଦିନ ହେଲା ସାରା ରାଜ୍ୟରେ ଚଢାଉ ଜାରି ରହିଛି । ତାଙ୍କ ନାଁରେ ଏବେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । କୁହାଯାଉଛି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ତା’ର ସମ୍ପର୍କ ରହିଛି । ଆଇଏସଆଇ ଅମୃତପାଲଙ୍କୁ ବିପୁଳ ପାଣ୍ଠି ଯୋଗାଇ ଦେଉଥିଲେ । ଏହି ପାଣ୍ଠିକୁ ବ୍ୟବହାର କରି ସେ ଭାରତରେ ବିଭିନ୍ନ ହିଂସାକାଣ୍ଡ ଘଟାଉଥିଲା । ପଞ୍ଜାବ ପୋଲିସ ଅମୃତପାଲଙ୍କୁ ଧରିବା ପାଇଁ ଚାରିପଟୁ ଜାଲ ବିଛାଇଛି ।

ଖଲିସ୍ତାନୀ ନେତା ଅମୃତପାଲ ସିଂ ଅସ୍ତ୍ରଶସ୍ତ୍ର ଠୁଳ ରଖିବା ସହ ଯୁବକମାନଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରସ୍ତୁତ କରୁଥିଲା ବୋଲି ଗୋଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବାହିନୀକୁ ଆଲର୍ଟ କରାଯାଇଛି। ୱାରିସ୍‌ ପଞ୍ଜାବ ଦେ’ ପରିଚାଳିତ ନିଶା ନିବାରଣ କେନ୍ଦ୍ର ଏବଂ ଅମୃତସର ଗୁରୁଦ୍ୱାରାରେ ଅମୃତପାଲ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖୁଥିଲା ବୋଲି ଜଣେ ଅଧିକାରୀ ରବିବାର କହିଛନ୍ତି। ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି ହେଉଥିବା ଯୁବକମାନଙ୍କୁ ବନ୍ଧୁକ ଚାଳନା ତାଲିମ ଦିଆଯିବା ସହ ମୃତ ଆତଙ୍କବାଦୀ ଦିଲୱାର ସିଂଙ୍କ ମାର୍ଗ ଅନୁସରଣ କରିବାକୁ ପରାମର୍ଶ ଦିଆଯାଉଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା