Masthead

କଂସାରିପଡା ଗ୍ୟାଙ୍ଗ ୱାର ଘଟଣାର ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର,(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କ୍ରାଇମ ଜୋନରେ ପରିଣତ ହେବାରେ ଲାଗିଛି ବଲାଙ୍ଗିର । ବଲାଙ୍ଗିର କଂସାରିପଡା ଗ୍ୟାଙ୍ଗ ୱାର ଘଟଣାରେ ଧରା ପଡିଲେ ଅପରାଧୀ। ଆଜି ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ୍ ଥାନା ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀମନ୍ତ ବାରିକ । ଗିରଫ ଅଭିଯୁକ୍ତ ମାନେ ହେଲେ ଜିତେନ୍ କୁମ୍ଭାର, ନିରଜ୍ ହରିପାଲ, ନିରାକାର ବାଗ୍ ଓ ସୁରଜ୍ ହରିପାଲ। ଏହାସହ ଦୁଇଟି ପଲସର ବାଇକ୍ ଜବତ କରିଛି ପୋଲିସ୍ । ତେବେ ଘଟଣାରେ ସଂପୃକ୍ତ ଅନ୍ୟ ୬ ଅପରାଧୀ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି। ଉଲ୍ଲେଖଯୋଗ୍ୟ, ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଅପରାଧୀଙ୍କୁ ଧରିବା ପାଇଁ ଟାଉନ୍ ଥାନା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ୪ ଜଣ ଅପରାଧୀଙ୍କୁ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି ଏବଂ ଫେରାର ୬ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ପୂର୍ବ ଶତ୍ରୁତାରୁ ଏହି ଗ୍ୟାଙ୍ଗ ୱାର ଘଟିଥିବା ନେଇ ପୋଲିସ କହିଛି। ପୂର୍ବ ଘଟଣାର ସମାଧାନ କରିବା ପାଇଁ ଆକ୍ରମଣକାରୀ ଅପରାଧୀ ମାନେ ଟୁନା ପାଢୀ ଓ ଗରିବ ପାଣ୍ଡେଙ୍କୁ ଡାକିଥିଲେ । ହେଲେ କଥାବାର୍ତ୍ତା ବେଳେ ଗରିବ ପାଣ୍ଡେ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ ଅନ୍ୟ ଗ୍ୟାଙ୍ଗର ଅପରାଧୀମାନେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଲୁହା ପାଇପରେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ ମଧ୍ୟ କରିଥିଲେ। ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ଗରିବ ଓ ଟୁନାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପୋଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ଗତ ୩ ତାରିଖ ଅପରାହ୍ନ ୪ ଟା ସମୟରେ କଂସାରିପଡ଼ା ସ୍ଥିତ ବିଦେଶୀ ମଦ ଦୋକାନ ନିକଟରେ ଗ୍ୟାଙ୍ଗ ୱାର ଘଟିଥିଲା। ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅପରାଧୀ ଟୁନା ପାଢୀ ଓ ଗରିବ ପାଣ୍ଡେଙ୍କୁ ଅନ୍ୟ ଗୋଷ୍ଠୀର ୧୦ ଜଣ ଅପରାଧୀ ମରଣାନ୍ତକ ଆକ୍ରମଣ କରିଥିଲେ। କେବଳ ଏହି ଘଟଣାରେ ପୋଲିସ ମାତ୍ର ୪ଜଣ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସହରର ଅନ୍ୟ ୩ଟି ଲୁଟ୍ ଘଟଣାରେ ପୋଲିସ୍ ଏଯାବତ୍ କାହାକୁ ଗିରଫ କରିପାରି ନାହିଁ । କରୋନା ବିପତ୍ତି ବେଳେ ଜିଲ୍ଲାରେ ବହୁ ଅପରାଧିକ କାର୍ୟ୍ୟକଳାପ ବୃଦ୍ଧି ପାଉଛି। ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁନଥିବାରୁ ବଲାଙ୍ଗିର ଜିଲ୍ଲା ଦିନକୁ ଦିନ କ୍ରାଇମ ଜୋନରେ ପରିଣତ ହୋଇଗଲାଣି। ତେବେ ଦେଖିବାକୁ ବାକି ରହିଲା କେବେ ଜିଲ୍ଲା ପୋଲିସର ନିଦ ଭାଙ୍ଗୁଛି ଓ ଅପରାଧୀଙ୍କୁ ଦମନ କରିବାରେ କି ପଦକ୍ଷେପ ଗ୍ରହଣ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ