Masthead

ଶେତ୍ୱପତ୍ରରେ ସରକାର ବହୁତ କିଛି ଲୁଚେଇଛନ୍ତି: ନରସିଂହ ମିଶ୍ର

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିବୃତ୍ତି । କହିଲେ ରାଜ୍ୟରେ ଆଇନର ଶାସନ ନାହିଁ ଜଙ୍ଗଲି ଶାସନ ଚାଲିଛି । ଓଡ଼ିଶାରେ ପୋଲିସ ରାଜ୍ ଚାଲିଛି । ରାଜ୍ୟ ସରକାରଙ୍କ ଚାପ କାରଣରୁ କିଛି ଦକ୍ଷ ପୋଲିସ ତାଙ୍କ କାମ କରି ପାରୁ ନାହାଁନ୍ତି । ଏନସିଆରବି ତଥ୍ୟ କହୁଛି ଓଡ଼ିଶାରେ ଆଇପିସିରେ ଦଣ୍ଡ ବିଧାନ ହାର ୫.୭ ପ୍ରତିଶତ । କିନ୍ତୁ ଏଠି କୁହା ଯାଉଛି ଆମ ଦଣ୍ଡ ବିଧାନ ହାର ଭଲ ଅଛି । ଯାହା ଲଜ୍ୟା ଜନକ ।

ଜଙ୍ଗଲୀ ଶାସନର ଜ୍ଵଳନ୍ତ ପ୍ରମାଣ ହେଉଛି ନବ ଦାସଙ୍କ ହତ୍ୟା । ୫୦ ଦିନ ହୋଇଗଲା କାରଣ ଜଣା ପଡ଼ିଲାନି । ଷଡ଼ଯନ୍ତ୍ର କିଏ କରିଛି କୁହା ଯାଉନି । ଦୋଷୀ କିଏ ତା ବିରୋଧରେ ତଦନ୍ତ କରିବାକୁ ଯେତିକି କ୍ରାଇମବ୍ରାଞ୍ଚ ବ୍ୟଗ୍ର ନୁହେଁ ବରଂ ମୁଦାଲାକୁ ପାଗଳ ସାବ୍ୟସ୍ତ କରିବା ପାଇଁ ସରକାର ପାଗଳ ହୋଇଯାଇଛି । ଡାକ୍ତର ଟିମ ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ଗୃହରେ କେମିତି କହିଲେ ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଏଫବିଆଇର ସହଯୋଗ ନିଆଯାଉଛି । ଏଥିରୁ ସ୍ପଷ୍ଟ ଯେ ମୁଦାଲାକୁ ପାଗଳ ସାବ୍ୟସ୍ତ କରି ଖସେଇ ଦେବାକୁ ଚେଷ୍ଟା ହେଉଛି ।

ସରକାର ଯଦି କଥାକୁ ଲୁଚେଇବେ ତେବେ ସନେ୍ଦହ ଘେରରେ ପଡିବେ ହିଁ ପଡିବେ । ମୋ ଅଭିଯୋଗ ଉତ୍ତର ଦେଉ ନାହାନ୍ତି ସରକାର । ସରକାର ଭୟଭୀତ । ପୋଲିସ ଷ୍ଟେସନର ଅଭାଵ ଦେଖା ଦେଇଛି ଅଧିକ ପୋଲିସ ଷ୍ଟେସନର ଆବଶ୍ୟକତା ରହିଛି । ଶେତ୍ୱପତ୍ରରେ ସରକାର ବହୁତ କିଛି ଲୁଚେଇଛନ୍ତି । ଡିଜି ମୋ ଫୋନ ଧରୁ ନାହାନ୍ତି । କୁଆଡେ ଗଲା ଆପଣଙ୍କ ବୁକ ସରକୁଲାର । ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ବି ଓଡ଼ିଶାରେ ହୋଇ ପାରିଲାନି ଓଡ଼ିଶା ପୋଲିସ ଆଇନ । ସରକାରଙ୍କ ତଳଠୁ ଉପର ପର୍ଯ୍ୟନ୍ତ ଦୁର୍ନୀତି । ସବୁଠି ପିସି କାରବାର । ତେବେ କେମିତି ସରକାର ଜିରୋ ଟଲରାନ୍ସ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ