Masthead

ଅମ୍ରିତ୍‌ପାଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା

ଚଣ୍ଡୀଗଡ଼ (ବଡ଼ ଖବର ବ୍ୟୁରୋ): ଅମ୍ରିତ୍‌ପାଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା । ପଳାତକ ଖଲିସ୍ତାନୀ ସମର୍ଥକ ତଥା ଓ୍ବାରିସ୍‌ ପଞ୍ଜାବ ଡେ’ ମୁଖ୍ୟ ଅମ୍ରିତ୍‌ପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବୁଧବାର ଜାମିନବିହୀନ ଗିରଫ ପରଓ୍ବାନା ଜାରି କରିଛି। ଏପର୍ଯ୍ୟନ୍ତ ଅମ୍ରିତପାଲଙ୍କୁ ଗିରଫ କରି ନାହିଁ ପୋଲିସ । ଯାହାକୁ ନେଇ ପୋଲିସ ଆଇଜି ସୁଖଚେନ ସିଂ ଗିଲ୍‌ ଖବରଦାତା ସମ୍ମିଳନୀରେ କହିଛନ୍ତି। ଅନ୍ୟପେକ୍ଷ ଅମ୍ରିତ୍‌ପାଲ ପୋଲିସକୁ ବାଟବଣା କରିବା ପାଇଁ ଲଗାତର ନିଜ ବେଶଭୂଷା ପରିବର୍ତ୍ତନ କରୁଥିବା ପୋଲିସ ଅଭିଯୋଗ ଆଣିଥିବାବେଳେ ଏ ନେଇ କିଛି ଫଟୋ ମଧ୍ୟ ଜାରି କରିଛି।

ଜଲନ୍ଧର ଜିଲା ଗୁରୁଦ୍ୱାରରେ ଅମ୍ରିତ୍‌ପାଲ କପଡ଼ା ବଦଳାଯାଇ ଏକ ମୋଟରସାଇକେଲ୍‌ରେ ଯାଉଥିବାର ଭିଡିଓ ପୋଲିସର ହସ୍ତଗତ ହୋଇଛି। ଅନ୍ୟପକ୍ଷେ ବୁଧବାର ପଞ୍ଜାବ ପୋଲିସ କଲୁପୁର ଖେଳାସ୍ଥିତ ଅମ୍ରିତ୍‌ପାଲ୍‌ଙ୍କ ଘରେ ତାଙ୍କ ସ୍ତ୍ରୀ କିରନଦୀପ କୌର ଏବଂ ମା’ ବଲଓ୍ବିନ୍ଦର କୌରଙ୍କୁ ପଚରାଉଚରା କରିଛି। ଅମ୍ରିତପାଲ୍‌ଙ୍କୁ ସମର୍ଥନ କରୁଥିବା ୧୫୦ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିବାବେଳେ ଶିରୋମଣି ଅକାଳୀ ଦଳ ନେତା ସୁଖବିନ୍ଦର ସିଂ ବାଦଲ ସେମାନଙ୍କୁ ନ୍ୟାୟିକ ସହଯୋଗ ଯୋଗାଇବା ସହ ଏ ନେଇ ଏକ ହେଲ୍ପ ଲାଇନ୍‌ ନମ୍ବର ଜାରି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି