ହିଣ୍ଡେନବର୍ଗ ଟାର୍ଗେଟରେ ଟ୍ୱିଟର ପୂର୍ବତନ ମାଲିକ, ଜ୍ୟାକ ଡୋର୍ସିଙ୍କ ନାଁରେ ଆସିଲା ବଡ଼ ଠକେଇ ଅଭିଯୋଗ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହିଣ୍ଡେନବର୍ଗ ଟାର୍ଗେଟରେ ଟ୍ୱିଟରର ପୂର୍ବତନ ମାଲିକ । ଜ୍ୟାକ ଡୋର୍ସିଙ୍କ କମ୍ପାନୀ ବ୍ଲକ ଆଇଏନସିକୁ ଟାର୍ଗେଟ କରିଛି ହିଣ୍ଡେନବର୍ଗ କମ୍ପାନୀ । ଜ୍ୟାକ ଡୋର୍ସିଙ୍କ ଏହି କମ୍ପାନୀ ଏକ ପେମେଣ୍ଟ କମ୍ପାନୀ । ହିଣ୍ଡେନବର୍ଗର ରିପୋର୍ଟ ପରେ ବ୍ଲକ କମ୍ପାନୀର ୧୮ ପ୍ରତିଶତ ସେୟାର ହ୍ରାସ ପାଇଛି । ନିଜ ରିପୋର୍ଟରେ ହିଣ୍ଡେନବର୍ଗ ଦାବି କରିଛି ଯେ ଜ୍ୟାକ୍ ଡୋର୍ସିଙ୍କ ନେତୃତ୍ୱାଧିନ ବ୍ଲକ ଆଇଏନସି ଭୁଲ ଉପାୟରେ ନିଜ ୟୁଜର୍ସଙ୍କ ସଂଖ୍ୟାକୁ ବଢାଇଛି । ଅନ୍ୟପଟେ ନିଜ ଗ୍ରାହକ ଅଧିଗ୍ରହଣ ଖର୍ଚ୍ଚକୁ ମଧ୍ୟ କମ କରିଛି । ଏହି ଖବର ପରେ ବ୍ଲକ ଆଇଏନସିର ସେୟାରରେ ମଧ୍ୟ ବଡ଼ ହ୍ରାସ ଘଟିଛି ।

ଆମେରିକୀୟ ବଜାରରେ ବଡ ଚର୍ଚ୍ଚାର ବିଷୟ ପାଲଟିଛି । କମ୍ପାନିର ସେୟାର ପ୍ରାୟ ୧୮ ପ୍ରତିଶତ ହ୍ରାସ ପାଇଛି । ସୋସିଆଲ ମିଡିଆ କମ୍ପାନି ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି ବ୍ଲକ୍ ଇଙ୍କକୁ ୨୦୦୯ ମସିହାରେ ପ୍ରତିଷ୍ଠା କରିଥିଲେ । କରୋନା ମହାମାରୀ ପରେ ବ୍ଲକ୍ ଆଇଏନସିର କ୍ୟାଶ୍ ଆପ୍ ପ୍ଲାଟଫର୍ମ ଏକ ବଡ଼ ଧରଣର ପଞ୍ଜିକରଣ କରିଥିଲା । ମାସକୁ ଏହି ଆପ୍ ସାହାଯ୍ୟରେ ୫୨ ମିଲିୟନ୍ ଅର୍ଥାତ୍ ୫.୧ କୋଟିରୁ ଅଧିକ କାରବାର କରାଯାଇଥାଏ । ଏହି ନଗଦ ଆପ୍ ର ଆୟର ୩୫ ପ୍ରତିଶତ ଇଣ୍ଟରଚେଞ୍ଜ୍ ଫିରୁ ଆସିଥାଏ ।

ସୂଚନା ଅନୁସାରେ,ଜାନୁଆରୀ ୨୪ରେ ହିଣ୍ଡେନବର୍ଗ ଦ୍ୱାରା ଆଦାନୀ ଗ୍ରୁପର ବହୁ ସଙ୍ଗୀନ ଅଭିଯୋଗ ଅଣାଯାଇଥିଲା । ରିପୋର୍ଟରେ କୁହାଯାଇଥିଲା ଯେ ଆଦାନୀ ଗ୍ରୁପ ସେଲ କମ୍ପାନି ମାଧ୍ୟମରେ ସେୟାର ମୂଲ୍ୟକୁ ବଢାଇଥିଲା । ଏହି ରିପୋର୍ଟ ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନିର ସେୟାର ଧରାଶାୟୀ ହୋଇଥିଲେ । ଅନ୍ୟପଟେ ଗୌତମ ଆଦାନୀଙ୍କ ସମ୍ପତ୍ତିରେ ମଧ୍ୟ ବଡ଼ ହ୍ରାସ ଘଟିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ