Masthead

ଦନ୍ତାକୁ ଗୁଳି କରି କାଟିନେଲେ ଦାନ୍ତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): କୁଲଡିହା ବନଖଣ୍ଡରେ ହାତୀ ଅସୁରକ୍ଷିତ । ଦାନ୍ତ ପାଇଁ ହାତୀକୁ ଗୁଳି କରି ଶିକାର । ହାତୀର ସୁରକ୍ଷା କ୍ଷେତ୍ରରେ ଫେଲ ମାରିଛି ବାଲେଶ୍ଵର ଜିଲ୍ଲା ବନବିଭାଗ । ଶିକାରୀଙ୍କ ଟେର୍ ପାଉନି ବନ କର୍ମଚାରୀ । ବର୍ଷକ ଭିତରେ ୬ଟି ହାତୀର ଜୀବନ ଯାଇଥିବାବେଳେ ଏବେ ପୁଣି ଏକ ଦନ୍ତାକୁ ଗୁଳିକରି ଦାନ୍ତ କାଟିନେଇ ଥିବା ସୂଚନା । ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟର କଳମାଚତୁରିରେ ହାତୀକୁ ଗୁଳିକରି ଦାନ୍ତ କାଟି ନେଇଯାଇଛନ୍ତି ଶିକାରୀ ।  ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ହାତୀ ଶିକାରକୁ ନେଇ ଜଙ୍ଗଲ ଭିତରେ ଶିକାରୀ ଓ ବନବିଭାଗ କର୍ମଚାରୀଙ୍କ ଚାଳିଛି କି ମଧୁଚନ୍ଦ୍ରିକା । ଯେଉଁଠି ବର୍ଷ ବର୍ଷ ଧରି ବନ କର୍ମଚାରୀଙ୍କ ଜଙ୍ଗଲ ଭିତରେ  ପାଦ ପଡୁନି ଯାହାର ଫାଇଦା ଉଠାଉଛନ୍ତି ଶିକାରୀ । ଜିଲ୍ଲା ବନବିଭାଗ ଅଧିକାରୀଙ୍କ ଖାମ୍ ଖିଆଲି ନୀତି ପାଇଁ ଗୋଟିଏ ପରେ ଗୋଟିଏ ହାତି ଶିକାର କରିବାରେ ସକ୍ରିୟ ହୋଇଛନ୍ତି ଶିକାରୀ । କୁଲଡିହା ଜଙ୍ଗଲ ଭିତରେ ହାତୀକୁ ଶିକାର କରାଯାଉଥିବା ଅଞ୍ଚଳ ଗୁଡ଼ିକୁ ବନବିଭାଗ କର୍ମଚାରୀ ମାନେ କେତେ ଥର ଫୁଡ୍ ପେଟ୍ରୋଲିଂ କରିଛନ୍ତି ଯାହା ଓଏଫଏମଏମ ଆପରେ ତଦନ୍ତ କଲେ ପୁରା ରହସ୍ୟ ସାମ୍ନାକୁ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି