Masthead

ବଡ଼ ଖବର ସାମ୍ବାଦିକଙ୍କୁ ଆକ୍ରମଣ

ପୁଇଁନ୍ତଳା, (ବଡ଼ ଖବର ବ୍ୟୁରୋ): ପୁଣି ସାମ୍ବାଦିକଙ୍କୁ ଆକ୍ରମଣ। ଏଥର ଖୋଦ ଜଣେ ଶିକ୍ଷକ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ପୁଇଁନ୍ତଳା ବ୍ଲକରେ କାର୍ଯ୍ୟରତ ବଡ଼ ଖବର ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କୁ ଆକ୍ରମଣ କରାଯାଇଛି। ଠେଲକୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ କାମ ଚାଲିଥିଲା। ଏହି କାମ ନିମ୍ନମାନର ହୋଇଥିବା ଖବର ପାଇ ପୁଇଁନ୍ତଳା ପ୍ରତିନିଧି ରାଧେଶ୍ୟାମ ହାତୀ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଖବର ସଂଗ୍ରହ ପରେ ପୁଇଁନ୍ତଳା ବିଇଓ ଏବଂ ଜେଇଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ। ଏହା ପରେ ରାଧେଶ୍ୟାମ ଖେଳପଡ଼ିଆରେ ଖେଳୁଥିବାବେଳେ ଉକ୍ତ କାମ କରିଥିବା ଶିକ୍ଷକ ଆମରେଶ ଖେତୀ, ତାଙ୍କ ଭଣଜା ଓ ଶିବାପାଲି ଗ୍ରାମର ଘଡ଼ି ନାମକ ବ୍ୟକ୍ତି ରାଧେଶ୍ୟାମଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ରାଧେଶ୍ୟାମ କୌଶଳ କ୍ରମେ ସେହି ସ୍ଥାନରୁ ପଳାଇଥିଲେ। ନିମ୍ନମାନର କାମକୁ ଲୋକଲୋଚନକୁ ଆଣିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ