Masthead

ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିଜ ସଂସ୍କୃତି ଓ ଜଙ୍ଗଲ ଜମିର ସୁରକ୍ଷା ପାଇଁ ରାଜଧାନୀ ରାଜରାସ୍ତାରେ ଗର୍ଜିଛି ଜନଜାତି ସୁରକ୍ଷା ମଞ୍ଚ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାମିଲ ହୋଇଥିଲେ ହଜାର ହଜାର ଆଦିବାସୀ । ତେଣେ ଆଦିବାସୀଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଦଳଗୁଡିକ ଅଣ୍ଟାଭିଡିଛନ୍ତି । ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଆଦିବାସୀ । ମାଟି ମାଆର ସୁରକ୍ଷା ପାଇଁ ପାରମ୍ପରିକ ପୋଷାକ ପରିଧାନ କରି ଅସ୍ତ୍ରଶସ୍ତ୍ର ଧରି ପ୍ରଦର୍ଶନ କରିଥିଲେ ଶକ୍ତି ଓ ସାମର୍ଥ୍ୟ । ଯେଉଁ ଆଦିବାସୀମାନେ ଧର୍ମ ପରିବର୍ତ୍ତନ କରି ନାହାନ୍ତି ସେମାନଙ୍କ ପାଇଁ ସଂରକ୍ଷଣ ଜରୁରୀ ବୋଲି ଆଦିବାସୀ ନେତା କହିଛନ୍ତି ।  ରାଜଧାନୀରେ ଆଦିବାସୀମାନେ ନିଜ ଅଧିକାର ପାଇଁ ଗର୍ଜୁଥିବା ବେଳେ ରାଜନୈତିକ ଦଳଗୁଡିକ ମଧ୍ୟରେ ଚାଲିଥିଲା ଭୋଟ ରାଜନୀତି ।

ବିଜେଡି କହିଛି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ପାଇଁ ଅନେକ କଥା କରିଛନ୍ତି। SDC ବିଭିନ୍ନ ଜିଲ୍ଲାରେ କାମ କରୁଛି। Tribal area ରେ ଅଧିକ ବିଜେଡି ବିଧାୟକ ଜିତିଛନ୍ତି। ଅଧିକ ଭୋଟ ମିଳୁଛି। ଆଗକୁ ମିଳିବ ମଧ୍ୟ। ନିର୍ବାଚନ ବେଳେ ବିଭିନ୍ନ ରାଜନୈତିକ ଦଳ ଆସିବେ । କିନ୍ତୁ କୌଣସି ପ୍ରଭାବ ପଡ଼ିବନି। ବିଜେପି କହିଛି ବିରୋଧୀ ଯାହା କହୁଛନ୍ତି tribal vote politics ଆଦୌ ନୁହେଁ। ବିରୋଧୀଙ୍କ ଅଭିଯୋଗ ନିରାଧାର। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ଆଦିବାସୀ ହେଉଛନ୍ତି ନିରୀହ । ବିଭିନ୍ନ ପ୍ରଲୋଭନ ଦେଖାଇ ଭୋଟ ହାତଉଛନ୍ତି ରାଜ୍ୟ ସରକାର ।
ପାରମ୍ପରିକ ବାଦ୍ୟ ଏବଂ ଅସ୍ତ୍ରଶସ୍ତ୍ର ଧରି ରାଜଧାନୀରେ ଶୋଭାଯାତ୍ରାରେ ବାହାରିଥିଲେ ଅଦିବାସୀ । ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ କରିଥିଲେ ପ୍ରୟାସ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ