ଭୂମିକମ୍ପରେ ଥରିଲା ରାଜସ୍ଥାନ ଓ ଅରୁଣାଚଳପ୍ରଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୂକମ୍ପରେ ଥରିଲା ରାଜସ୍ଥାନ ଓ ଅରୁଣାଚଳପ୍ରଦେଶ । ବିଳମ୍ବିତ ରାତିରେ ଦୁଇ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ତୀବ୍ରତା ୪.୨ ଓ ୩.୫ ରେକର୍ଡ କରାଯାଛି । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଭୂବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁସାରେ, ବିଳମ୍ବିତ ରାତିରେ ରାଜସ୍ଥାନରେ ଭୂକମ୍ପ ହୋଇଥିଲା । ରାତି ୨ଟା ୧୬ ମିନିଟରେ ଏହି ଭୂକମ୍ପ ହୋଇଥିଲା । ରାଜସ୍ଥାନ ବିକାନେରର ପଶ୍ଚିମରୁ ୫୧୬ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଅନ୍ୟପଟେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଗତ ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିଲା । ରାତି ୧ଟା ୪୫ ମିନିଟ ସମୟରେ ମୃଦୁ ଭୂକମ୍ପରେ ଥରିଥିଲା ଅରୁଣାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ତୀବ୍ରତା ୩.୫ ରେକର୍ଡ କରାଯାଇଥିଲା । ଅରୁଣାଚଳ ପ୍ରଦେଶର ଚଙ୍ଗଲଙ୍ଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ତେବେ ଭୂକମ୍ପର ଅକ୍ଷାଂଶ ୨୭.୪୮ ଏବଂ ଦ୍ରାଘିମା ୯୬.୧୫ ରହିଥିବା ବେଳେ ଗଭୀରତା ୭୬ କିମି ରେକର୍ଡ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!