Masthead

ଆମେ ଭୟ କରିବୁ ନାହିଁ : ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦକୁ ନେଇ ଦେଶବ୍ୟାପୀ ସତ୍ୟାଗ୍ରହ ଆନ୍ଦୋଳନ କରୁଛି କଂଗ୍ରେସ । ଦିଲ୍ଲୀର ରାଜଘାଟରେ ଆୟୋଜିତ କଂଗ୍ରେସର ସଙ୍କଳ୍ପ ସତ୍ୟାଗ୍ରହକୁ ସମ୍ବୋଧିତ କରି ଦଳର ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରଛନ୍ତି। ସେ କହିଛନ୍ତି, ’ମୁଁ ପଚାରିବାକୁ ଚାହେଁ ପ୍ରଭୁ ରାମ କିଏ ? ସେ ତାଙ୍କ ପରିବାର, ତାଙ୍କ ଜନ୍ମଭୂମି ପାଇଁ ଧର୍ମ ରକ୍ଷା କରିଥିଲେ, ସେ ପରିବାରବାଦୀ ଥିଲେ ଅବା ପାଣ୍ଡବମାନେ ପରିବାରବାଦୀ ଥିଲେ କି ? ସେମାନେ ନିଜ ପରିବାରର ସଂସ୍କାର ପାଇଁ ଲଢ଼ିଥିଲେ। ଆମ ପରିବାର ସଦସ୍ୟ ଏହି ଦେଶ ପାଇଁ ଶହୀଦ ହୋଇଥିଲେ, ଏଥିପାଇଁ ଆମେ ଲଜ୍ଜିତ ହେବା ଉଚିତ କି? ପ୍ରିୟଙ୍କା ଗାନ୍ଧି କହିଛନ୍ତି, “ମୋ ପରିବାର ଏହି ଦେଶକୁ ନିଜ ରକ୍ତରେ ଛିଞ୍ଚିଛନ୍ତି ।

ଆମେ ଭୟ କରିବୁ ନାହିଁ। ଏହି ଦେଶର ଗଣତନ୍ତ୍ର ପାଇଁ ଆମେ ଅଧିକ ଜୋରଦାର ସଂଗ୍ରାମ କରିବୁ। ଆଜି ବି କଂଗ୍ରେସ ଦଳ ଦେଶର ସ୍ବାଧୀନତା ପାଇଁ ସଂଗ୍ରାମ କରୁଛି। ଦେଶର ସମସ୍ତ ସମ୍ପତ୍ତି ଜଣେ ବ୍ୟକ୍ତିଙ୍କୁ ଦିଆଯାଉଛି। ଦେଶର ଏହି ଧନ ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି ନୁହେଁ, ଏହା ଦେଶର ସମ୍ପତ୍ତି। ଦେଶର ପ୍ରଧାନମନ୍ତ୍ରୀ କାପୁରୁଷ, ଭୟଭୀତ ଏବଂ ଅହଂକାରୀ। ଏହା ଭାରତ ଏବଂ ହିନ୍ଦୁ ଧର୍ମର ଏକ ପୁରୁଣା ପରମ୍ପରା ରହିଛି ଯେ ଅହଂକାରୀକୁ ଶିକ୍ଷା ଦିଆଯାଏ। ମୋ ବିରୋଧରେ ମାମଲା ରୁଜୁ କର। ମୋତେ, ତାଙ୍କୁ ଜେଲରେ ରଖ। କିନ୍ତୁ ଏହା ସତ୍ୟ ହେଉଛି ଦେଶର ପ୍ରଧାନମନ୍ତ୍ରୀ ଜଣେ କାପୁରୁଷ।

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମେ ସବୁକିଛି କରିବୁ। ଦେଶର ସମ୍ପତ୍ତି ଲୁଟ ହେଉଛି। ଏହା ରାହୁଲ ଗାନ୍ଧୀଙ୍କ ସମ୍ପତ୍ତି? ଏହା ଆପଣଙ୍କର ସମ୍ପତ୍ତି। ରାହୁଲ ଗାନ୍ଧୀ କେଉଁ ଅପରାଧ କରିଛନ୍ତି? ମୁଁ କେବଳ ଦୁଇଟି ପ୍ରଶ୍ନ ପଚାରୁଛି, ଆଦାନୀ କିଏ? ସମଗ୍ର ସଂସଦ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାରେ ବ୍ୟସ୍ତ? ଦେଶରେ ଏତେ ଦରଦାମ ବୃଦ୍ଧି କାହିଁକି? ସିଲିଣ୍ଡରର ମୂଲ୍ୟ ହଜାରେରୁ ଅଧିକ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରାଯାଉ ନାହିଁ ଏଭଳି ବହୁ ସମସ୍ୟା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ପାକିସ୍ତାନ ପାଇଁ ଗୁଇନ୍ଦାଗିରୀ କରି ଗିରଫ ହେଲେ ଆଉ ଜଣେ ଭାରତୀୟ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା