ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଧ୍ରୁବ ହେଲିକପ୍ଟର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ତଟରକ୍ଷୀ ବାହିନୀର ଏଏଲଏଚ ଧ୍ରୁବ ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଛି। ଜରୁରୀ ଅବତରଣ କରାଇଲେ ପାଇଲଟ୍। ଭାରତୀୟ କୋଷ୍ଟ ଗାର୍ଡ ଅଧିକାରୀଙ୍କ ସୂଚନା ଅନୁସାରେ, ଆଜି କେରଳର କୋଚ୍ଚିରେ ପାଇଲଟ୍ ମାର୍କ-ଥ୍ରୀ ହେଲିକପ୍ଟର ଏଏଲଏଚ୍ ଧ୍ରୁବର ପରୀକ୍ଷଣ କରୁଥିଲେ। ଏହି ସମୟରେ କୌଣସି କାରଣରୁ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇଥିଲେ। ପରେ ବାଧ୍ୟ ହୋଇ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଥିଲା।

ନ୍ୟୁଜ ଏଜେନ୍ସି ଅନୁଯାୟୀ, ଏଏଲଏଚ ଧ୍ରୁବ ମାର୍କ-୩ ଏକ ପରୀକ୍ଷଣ ଉଡ଼ାଣ ସମୟରେ ୨୫ ଫୁଟ ଉଚ୍ଚରେ ଥିଲା। ତେବେ କୌଣସି କାରଣରୁ ହେଲିକପ୍ଟରକୁ ହଠାତ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିବା କୁହାଯାଉଛି। କୋଷ୍ଟଗାର୍ଡର ଅଧିକାରୀମାନେ କହିଛନ୍ତି ଜରୁରୀ ଅବତରଣ ଯୋଗୁ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ଏପର୍ୟ୍ୟନ୍ତ ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ ଭାରତୀୟ ତଟରକ୍ଷୀ ବାହିନୀ ଏଏଲଏଚ ଧ୍ରୁବ ହେଲିକପ୍ଟର ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ