Masthead

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୫-ଏମ୍ ମନ୍ତ୍ର

ଭୁବନେଶ୍ୱରେ(ବଡ଼ ଖବର ବ୍ୟୁରୋ): ରାଜ୍ୟବାସୀଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୫-ଏମ୍ ମନ୍ତ୍ର । ୫-ଟି ପରେ ୫-ଏମ୍ର ମନ୍ତ୍ର ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏକ ସଭାରେ ଭାଗ ନେଇ ସୌମ୍ୟ କହିଛନ୍ତି ୫ଏମ୍ ମନ୍ତ୍ର ସମସ୍ତଙ୍କ ପାଇଁ ଆବଶ୍ୟକ । ପ୍ରଥମ ମନ୍ତ୍ର ହେଉଛି ମା’କୁ ଭଲ ପାଇବା । ଦ୍ୱିତୀୟରେ ହେଉଛି ମାଟି । ଏହି ମନ୍ତ୍ର ଦେଇ କହିଛନ୍ତି ମା’କୁ ଭଲ ପାଇବା ସହିତ ଯିଏ ମତେ ଜନ୍ମ ଦେଇଛି ଯେଉଁ ମାଟିରେ ଭୂମିଷ୍ଠ କରିଛି ସେ ମାଟି ପ୍ରତି ଆମର ଭଲ ପାଇବା କେବେ କମିବ ନାହିଁ । ତୃତୀୟରେ ରହିଛି ମାତୃଭାଷା । ମାତୃଭାଷାକୁ କେବେ ଭୁଲିବା ନାହିଁ ବୋଲି କହିଛନ୍ତି ସୌମ୍ୟ । ଚତୁର୍ଥରେ ଏମର ମନ୍ତ୍ର ହେଉଛି ମୋବାଇଲ । ମୋବାଇଲର ମନ୍ତ୍ର ଦେଇ ସୌମ୍ୟ କହିଛନ୍ତି ମୋବାଇଲ ହେଉଛି ଆଧୁନିକ ଯୁଗର ପ୍ରତୀକ । ଟେକ୍ନଲୋଜିର ପ୍ରତୀକ । ବିଶ୍ୱ ଇଣ୍ଟେଲିଜେନ୍ସିର ପ୍ରତୀକ । ସେ ଏକ ଉଦାହରଣ ଦେଇ ମୋବାଇଲର ମାନେ ବୁଝାଇଛନ୍ତି । ଶୁଣି ନିଅନ୍ତୁ କ’ଣ କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ପଞ୍ଚମରେ ରହିଛି ମଦ । ସେ କହିଛନ୍ତି, ଯଦି ଆମେ ପ୍ରଥମ ୪ଟି ଏମକୁ ଆଦର କରି ପଞ୍ଚମ ଏମକୁ ଅନାଦର କରିବା ତେବେ ସଫଳତା ଆମ ପାଦ ଛୁଇଁବ । ମଦକୁ ଦୂରେଇ ରଖିବା ଅନ୍ୟ ଚାରୋଟି ଏମକୁ ଆପଣାଇବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର