ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୫-ଏମ୍ ମନ୍ତ୍ର

ଭୁବନେଶ୍ୱରେ(ବଡ଼ ଖବର ବ୍ୟୁରୋ): ରାଜ୍ୟବାସୀଙ୍କୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ୫-ଏମ୍ ମନ୍ତ୍ର । ୫-ଟି ପରେ ୫-ଏମ୍ର ମନ୍ତ୍ର ଦେଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏକ ସଭାରେ ଭାଗ ନେଇ ସୌମ୍ୟ କହିଛନ୍ତି ୫ଏମ୍ ମନ୍ତ୍ର ସମସ୍ତଙ୍କ ପାଇଁ ଆବଶ୍ୟକ । ପ୍ରଥମ ମନ୍ତ୍ର ହେଉଛି ମା’କୁ ଭଲ ପାଇବା । ଦ୍ୱିତୀୟରେ ହେଉଛି ମାଟି । ଏହି ମନ୍ତ୍ର ଦେଇ କହିଛନ୍ତି ମା’କୁ ଭଲ ପାଇବା ସହିତ ଯିଏ ମତେ ଜନ୍ମ ଦେଇଛି ଯେଉଁ ମାଟିରେ ଭୂମିଷ୍ଠ କରିଛି ସେ ମାଟି ପ୍ରତି ଆମର ଭଲ ପାଇବା କେବେ କମିବ ନାହିଁ । ତୃତୀୟରେ ରହିଛି ମାତୃଭାଷା । ମାତୃଭାଷାକୁ କେବେ ଭୁଲିବା ନାହିଁ ବୋଲି କହିଛନ୍ତି ସୌମ୍ୟ । ଚତୁର୍ଥରେ ଏମର ମନ୍ତ୍ର ହେଉଛି ମୋବାଇଲ । ମୋବାଇଲର ମନ୍ତ୍ର ଦେଇ ସୌମ୍ୟ କହିଛନ୍ତି ମୋବାଇଲ ହେଉଛି ଆଧୁନିକ ଯୁଗର ପ୍ରତୀକ । ଟେକ୍ନଲୋଜିର ପ୍ରତୀକ । ବିଶ୍ୱ ଇଣ୍ଟେଲିଜେନ୍ସିର ପ୍ରତୀକ । ସେ ଏକ ଉଦାହରଣ ଦେଇ ମୋବାଇଲର ମାନେ ବୁଝାଇଛନ୍ତି । ଶୁଣି ନିଅନ୍ତୁ କ’ଣ କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

ପଞ୍ଚମରେ ରହିଛି ମଦ । ସେ କହିଛନ୍ତି, ଯଦି ଆମେ ପ୍ରଥମ ୪ଟି ଏମକୁ ଆଦର କରି ପଞ୍ଚମ ଏମକୁ ଅନାଦର କରିବା ତେବେ ସଫଳତା ଆମ ପାଦ ଛୁଇଁବ । ମଦକୁ ଦୂରେଇ ରଖିବା ଅନ୍ୟ ଚାରୋଟି ଏମକୁ ଆପଣାଇବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’