Masthead

ମହୁଲ ଫୁଲ କାହାପାଇଁ ନିଶା ତ କାହାପାଇଁ ଭାତହାଣ୍ଡି

ନାକଟିଦେଉଳ(ବଡ଼ ଖବର ବ୍ୟୁରୋ): ମହୁଲ ଫୁଲ କାହାପାଇଁ ନିଶା ତ କାହାପାଇଁ ଭାତହାଣ୍ଡି । ଦୁଇ ପଇସା ରୋଜଗାର ଆଶାରେ ଜଙ୍ଗଲରେ ଖରାତାତିରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରୁଥିବା ଲୋକଙ୍କୁ କିନ୍ତୁ ଉଚିତ ପରିଶ୍ରମିକ ମିଳୁ ନାହିଁ । ସେମାନେ ଅଭାବୀ ବିକ୍ରୀର ଶିକାର ହେଉଛନ୍ତି । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ବିଭିନ୍ନ ଗ୍ରାମର ଲୋକେ ଚାଷ ଉପରେ ନିର୍ଭର କରନ୍ତି । ପରିବାର ପ୍ରତିପୋଷଣ ପାଇଁ ବର୍ଷ ତମାମ ସେମାନଙ୍କ ପାଖରେ କାମ ନ ଥିବାରୁ ବହୁ ସମୟରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଖରାତାତିରେ ସକାଳୁ ସଞ୍ଜ ପର୍ୟ୍ୟନ୍ତ ଜଙ୍ଗଲରୁ ଲଘୁବନ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାଇବାକୁ ଆଶା ରଖିଥିବା ଏହି ଗରିବ ଲୋକେ ପରିଶ୍ରମର ଉଚିତ ମୂଲ୍ୟ ପାଇ ପାରୁ ନାହାନ୍ତି । ବଜାର ଦର କଥା ଛାଡ଼ । ସରକାରୀ ଧାର୍ୟ୍ୟ ଦର ଠାରୁ ବି କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

ସରକାର ୭୨ଟି ଲଘୁ ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ୟ୍ୟ କରିଛନ୍ତି । ଏଥିରେ ମହୁଲ ଫୁଲ ମଧ୍ୟ ସାମିଲ ଅଛି । କିନ୍ତୁ ମହୁଲ ଫୁଲ ସଂଗ୍ରହକାରୀ ଅସାଧୁ ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି । ବ୍ୟବସାୟୀମାନେ ମହୁଲ ଫୁଲ କିଲୋ ପ୍ରତି ୨୫ ରୁ ୩୦ ଟଙ୍କାରେ କିଣି ୩ ଗୁଣ ଦରରେ ବାହାରେ ବିକ୍ରି କରୁଛନ୍ତି । ପୂର୍ବରୁ ବନ ଉନ୍ନୟନ ନିଗମ ପକ୍ଷରୁ ମଣ୍ଡି ମାଧ୍ୟମରେ ସିଧାସଳଖ ଲୋକଙ୍କ ଠାରୁ ମହୁଲ ଫୁଲ କିଣା ଯାଉଥିଲା । କିନ୍ତୁ ୧୨ ବର୍ଷରୁ ଅଧିକା ହେଲା ଏହା ବନ୍ଦ ରହିଛି । ରାଜସ୍ୱ ବୃଦ୍ଧିରେ ମହୁଲଫୁଲର ପ୍ରମୁଖ ଭୂମିକା ରହିଥିବାରୁ ସରକାର ସିଧାସଳଖ ଲୋକଙ୍କ ଠାରୁ କିଣିବାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ