Masthead

ଜାଲ୍ ସାର୍ଟିଫିକେଟ କେଳେଙ୍କାରୀ, ୧୯ ଗିରଫ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ପୋଷ୍ଟାଲ ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ କେଳେଙ୍କାରୀ ମାମଲାରେ ୧୯ ଜଣକୁ ବାନ୍ଧିଛି ପୋଲିସ । ମାଷ୍ଟରମାଇଣ୍ଡ ମନୋଜ ମିଶ୍ର ଓ ତାର ମୁଖ୍ୟ ସହଯୋଗୀ ଆଲୋକ କୁମାର ଉଦଗାତା ସହ ମୋଟ ୧୯ ଜଣକୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ପି ନୀତିନ୍ କୁଶଳକର । ଦେଶର ୪୧ଟି ନାମଦାମୀ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ନାଁରେ ନକଲି ସାର୍ଟିଫିକେଟ ଦେବା ସହ ଫେକ୍ ଷ୍ଟାମ୍ପ ତିଆରି କରୁଥିଲା ମୁଖ୍ୟ ଅଭିଯୁକ୍ତ । ଏଥିସହ ରେଲୱେ, ଏମସିଏଲ୍ ଓ ଆରଆଇ, ଶୀକ୍ଷକ ଭଳି ବିଭିନ୍ନ ବିଭାଗରେ ଚାକିରି ଦେବା ପାଇଁ ଟଙ୍କା ଆଦାୟ ହେଉଥିଲା । ତେବେ ଘଟଣାର ତଦନ୍ତ ଜାରି ରହିଥିବାରୁ ଗିରଫ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ଥିବା ଏସ୍ପି କହିଛନ୍ତି ।

ଏପରିକି ସାର୍ଟିଫିକେଟ ଗୋଟାକୁ ୫୦ ହଜାରରୁ ୫ ଲକ୍ଷ ଟଙ୍କା ଯାଏ ଆଦାୟ କରାଯାଉଥିବା ସୂଚନା ଦେଇଛନ୍ତି ଏସପି । ଏସପିଙ୍କ ସୂଚନା ଅନୁସାରେ ଗତ ୧୯୯୮ ମସିହାରେ ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଏକ କୋଚିଂ ଖୋଲି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ତେବେ ଜିଲ୍ଲାରେ ଏହି ନକଲି କାରବାର ଜଣାପଡିବା ପରେ ପୋଲିସ କୋଚିଂ ସେଣ୍ଟରରେ ଚଢାଉ କରି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ମାଳମାଳ ନକଲି ସାର୍ଟିଫିକେଟ ସହ ଯୁଗ୍ମ ନିର୍ଦ୍ଦେଶକ, ବଲାଙ୍ଗିର ଓ ପୁଇଁତଳା ତହସିଲଦାରଙ୍କ ରବର ଷ୍ଟାମ୍ପ ମଧ୍ୟ ଜବତ କରାଯାଇଛି ଜବତ । ଜବତ ସମାଗ୍ରୀ ମଧ୍ୟରେ ୪ଟି କମ୍ପ୍ୟୁଟର୍ , ୨ଟି ଳାପଟପ, ୩ ପ୍ରିଣ୍ଟର, ସ୍କାନର , ଜେରକ୍ସ ମେସିନ୍ ହାର୍ଡ ଡିସ୍କ ଓ ମୋବାଇଲ ଫୋନ ରହିଛି । ତା ସହ ବିଭିନ୍ନ ବ୍ୟାଙ୍କର ପାସ ବହି, ଡାଇରୀ ସହି ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ତେବେ ପୋଲିସ ହାତରେ ଲାଗିଥିବା ଡାଇରୀରେ ଟଙ୍କା କାରବାର ନେଇ ତଥ୍ୟ ରହି ଥିବା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ନାମ ଓ ନାମଦାମୀ କଲେଜର ନାଁ ଉଲ୍ଲେଖ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?