Masthead

ଚିତ୍ତରଞ୍ଜନ ହତ୍ୟା ମାମଲା, ରାଜନୈତିକ ଚାପରେ ତଦନ୍ତ ବାଟବଣା

ବ୍ରହ୍ମଗିରି(ବଡ଼ ଖବର ବ୍ୟୁରୋ): ପୁଣି ତେଜିଲା ବ୍ରହ୍ମଗିରିର ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ପିଏସଓ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା। ରାଜନୈତିକ ଚାପରେ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ। ଚିତଙ୍କ ପାଇଁ ସିବିଆଇ ତଦନ୍ତ ଦାବିକରି ବ୍ରହ୍ମଗିରିରେ ଏକାଠି ହେଲେ ରାଜ୍ୟର ଅନେକ ପୀଡିତାଙ୍କ ପରିବାର। ଚିତରଞ୍ଜନ ପଲେଇ ହତ୍ୟା ଘଟଣାରେ ହାତ ଗଣତି କିଛି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣାରେ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା ଓ ବିଜେଡି ନେତା ଅରୁଣ ମିଶ୍ର ନାମକୁ ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲେ ମଧ୍ୟ ତଦନ୍ତ ହେଉନଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ଅପହରଣ ଓ ହତ୍ୟା ଭଳି ଘଟଣା ବଢିଚାଲିଥିବା ବେଳେ,ପୀଡିତାଙ୍କୁ ନ୍ୟାୟ ଦେବାରେ ବିଫଳ ରାଜ୍ୟସରକାରଙ୍କ କ୍ରାଇମବ୍ରାଞ୍ଚ। ରାଜ୍ୟରେ ପରୀ,ପିହୁ, ମମିତା ମେହେର ହତ୍ୟାକାଣ୍ଡ ଭଳି ଘଟଣାରେ ରାଜ୍ୟସରକାର ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡାଉଥିବା ବେଳେ ନ୍ୟାୟିକ ବ୍ୟବସ୍ଥା ଉପରୁ ବିଶ୍ୱାସ ତୁଟାଉଛନ୍ତି ପୀଡିତାଙ୍କ ପରିବାରଲୋକେ। ଚିତ୍ତରଞ୍ଜନ ପଲାଇଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଖୁଲମଖୁଲା ବୁଲୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଘଟଣାର ପିଏସଓ ତଦନ୍ତ ଦାବି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଗିରି ତହସିଲଦାରଙ୍କୁ ଏକ ଦାବିପତ୍ର ଦିଆଯାଇଥିବା ଦେଖିବାକୁ ମିଳିଛି। ବ୍ରହ୍ମଗିରିର ଚିତ୍ତରଞ୍ଜନ ହତ୍ୟା ଘଟଣାକୁ ଦେଢବର୍ଷ ବିତିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି କ୍ରାଇମବ୍ରାଞ୍ଚ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା