Masthead

ପୁଣି କୋର୍ଟରେ ହାଜର ହେବେ ଲାଲୁଙ୍କ ପରିବାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜମି ବଦଳରେ ଚାକିରି ଦେବା ମାମଲାରେ ଆଜି ପୁଣି ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟରେ ଶୁଣାଣି ହେବ । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ, ସ୍ତ୍ରୀ ରାବ୍ରି ଦେବୀ, ଆରଜେଡି ଏମ୍‌ପି ତଥା ଲାଲୁଙ୍କ ଝିଅ ମିସା ଭାରତୀଙ୍କ କୋର୍ଟରେ ହାଜର ହେବେ । ଏହାପୂର୍ବରୁ ମାର୍ଚ୍ଚ ୧୫ରେ କୋର୍ଟ ୫୦ ହଜାର ଟଙ୍କା ମୁଚଲିକାରେ ଜାମିନ ପ୍ରଦାନ କରିଥିଲେ। ମାର୍ଚ୍ଚ ୬ରେ ସିବିଆଇ ଟିମ୍‌ ଲାଲୁଙ୍କ ପାଟନା ବାସଭବନରେ ରାବ୍ରି ଦେବୀଙ୍କୁ ପଚରାଉଚରା କରିଥିଲା।

ଏହା ପରେ ମାର୍ଚ୍ଚ ୧୦ରେ ରେଳବାଇରେ ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ଘରେ ଇଡି ଚଢାଉ କରିଥିଲା। ଏହି ଚଢାଉରେ ନଗଦ ୧ କୋଟି ଟଙ୍କା, ଦେଢ କିଲୋରୁ ଅଧିକ ଓଜନର ସୁନା ଅଳଙ୍କାର, ଆମେରିକୀୟ ଡଲାର ଜବତ ହୋଇଥିବା ଇଡି ଟୁଇଟ୍‌ କରି ସୂଚନା ଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ