Masthead

ବନବିଭାଗ କର୍ମଚାରୀଙ୍କୁ ଗୁଳିମାଡ଼

ବୌଦ୍ଧ (ବଡ଼ ଖବର ବ୍ୟୁରୋ): ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼ । ଗତକାଲିି ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ ହୋଇଥିବା ସୂଚନା । ଗୁଳିମାଡ଼ରେ ୨ କର୍ମଚାରୀ ଆହତ । ଜଣଙ୍କର ହାତରେ ଗୁଳି ବାଜିଥିବାବେଳେ ଅନ୍ୟଜଣଙ୍କର ପିଠିରେ ଘଷି ହୋଇଛି ଗୁଳି । ଆହତମାନେ ହେଲେ ସରଣ୍ଡା ଗ୍ରାମର ନୀଳମଣି ପ୍ରଧାନ ଓ ବଡ଼ବାଗବର ଗ୍ରାମର ନବ ସାହୁ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ ।

ଖଲିଆପାଲି ଛକରେ ବନବିଭାଗର ପାଟ୍ରୋଲିଂ ଗାଡ଼ି ପହଞ୍ଚିବା ପରେ ୪ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଗାଡି ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଖସିଯାଇଥିଲେ । ୨ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ୪/୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ବେଳେ ଗାଡ଼ିରେ ଅନେକ ଗୁଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେବେ ବୌଦ୍ଧ ବନବିଭାଗ ପକ୍ଷରୁ ବାରମ୍ବାର ପାଟ୍ରୋଲିଂ ଓ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବା ସହ ବ୍ୟାପକ ଗଂଜେଇ ଚାଷ ନଷ୍ଟ ଯୋଗୁ ସକ୍ରିୟ ଥିବା ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ