Masthead

ବନବିଭାଗ କର୍ମଚାରୀଙ୍କୁ ଗୁଳିମାଡ଼

ବୌଦ୍ଧ (ବଡ଼ ଖବର ବ୍ୟୁରୋ): ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କୁ ଗୁଳିମାଡ଼ । ଗତକାଲିି ବୌଦ୍ଧ ବଘିଆପଡା ଖଲିଆପାଲି ଛକରେ ବନ କର୍ମଚାରୀଙ୍କ ଉପରେ ଗୁଳିମାଡ଼ ହୋଇଥିବା ସୂଚନା । ଗୁଳିମାଡ଼ରେ ୨ କର୍ମଚାରୀ ଆହତ । ଜଣଙ୍କର ହାତରେ ଗୁଳି ବାଜିଥିବାବେଳେ ଅନ୍ୟଜଣଙ୍କର ପିଠିରେ ଘଷି ହୋଇଛି ଗୁଳି । ଆହତମାନେ ହେଲେ ସରଣ୍ଡା ଗ୍ରାମର ନୀଳମଣି ପ୍ରଧାନ ଓ ବଡ଼ବାଗବର ଗ୍ରାମର ନବ ସାହୁ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିଲେ ।

ଖଲିଆପାଲି ଛକରେ ବନବିଭାଗର ପାଟ୍ରୋଲିଂ ଗାଡ଼ି ପହଞ୍ଚିବା ପରେ ୪ ଜଣ ଦୁର୍ବୃତ୍ତ ଅତର୍କିତ ଭାବେ ଗାଡି ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଖସିଯାଇଥିଲେ । ୨ ଗୁରୁତରଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ୪/୫ ରାଉଣ୍ଡ ଗୁଳିମାଡ଼ ହୋଇଥିବା ବେଳେ ଗାଡ଼ିରେ ଅନେକ ଗୁଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି । ତେବେ ବୌଦ୍ଧ ବନବିଭାଗ ପକ୍ଷରୁ ବାରମ୍ବାର ପାଟ୍ରୋଲିଂ ଓ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବା ସହ ବ୍ୟାପକ ଗଂଜେଇ ଚାଷ ନଷ୍ଟ ଯୋଗୁ ସକ୍ରିୟ ଥିବା ମାଫିଆଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି ବୋଲି ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼