Masthead

୧୩ରେ ପୁଣି ଲଘୁଚାପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୧୩ରେ ଆଉ ଏକ ଲଘୁଚାପ । ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପାସଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏମିତିକି, ଏହା ଘନୀଭୂତ ହୋଇ ପରବର୍ତ୍ତୀ ୨୪ରୁ ୪୮ଘଣ୍ଟା ମଧ୍ୟରେ ଅବପାତର ମଧ୍ୟ ରୂପ ନେବାର ସମ୍ଭାବନା ରହିଛି। ଗୋଟିଏ ଲଘୁଚାପ ଯାଉଯାଉ ପୁଣି ଏକ ଲଘୁଚାପ ଦାନା ବାନ୍ଧୁଥିବାରୁ ରାଜ୍ୟବାସୀଙ୍କ ପାଇଁ ଚିନ୍ତା ବଢ଼ିଛି। ଗତ ୫ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଓ କୋରାପୁଟ ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି।ଏବେ ବର୍ଷା କମିବା ପରେ ଧୀରେଧୀରେ ସ୍ଥିତି ସ୍ୱାଭାବିକ ହେଉଛି। ମାତ୍ର ପୁଣି ଗୋଟିଏ ଲଘୁଚାପ ଯୋଗୁଁ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ସୃଷ୍ଟି କରିଛି। ତେବେ ସମ୍ଭାବ୍ୟ ଲଘୁଚାପଟି ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପକାଇବାକୁ ଥିବାରୁ ଦକ୍ଷିଣ ଓଡ଼ିଶା ପାଇଁ ସାମାନ୍ୟ ଆଶ୍ବସ୍ତିକର ଖବର ମିଳିଛି। ୧୩ ତାରିଖରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ ସୂଚନା ଅନୁସାରେ, ଆସନ୍ତା ୧୨ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

ଏହା ପ୍ରଭାବରେ ୧୩ରେ ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ପରବର୍ତ୍ତୀ ୨୪-୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବାକୁ ଥିବାରୁ ଏହା ପ୍ରଭାବରେ ରାଜ୍ୟରେ ଭାରି ବର୍ଷା ହେବ। ବିଶେଷକରି ବାଲେଶ୍ୱର, ମୟୂରଭଞ୍ଜ ଓ ସୁନ୍ଦରଗଡ଼଼ରେ ୧୩ରୁ ୧୫ ତାରିଖ ମଧ୍ୟରେ ଭାରି ବର୍ଷା ହୋଇପାରେ। ଯଦି ଏହି ଲଘୁଚାପଟି ଦକ୍ଷିଣ-ପଶ୍ଚିମବଙ୍ଗରେ ସୃଷ୍ଟି ହୁଏ, ତେବେ ଉପରୋକ୍ତ ୩ଟି ଜିଲ୍ଲା ସମେତ ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଦେବଗଡ଼଼ ଓ ଝାରସୁଗୁଡ଼ାରେ ମଧ୍ୟ ଭାରି ବର୍ଷା ହେବ । ତେବେ ଏହି ଲଘୁଚାପ ଦ୍ୱାରା ଝାଡ଼ଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ସପ୍ତାହକ ମଧ୍ୟରେ ବିଶେଷ ବର୍ଷା ନାହିଁ। ସେହିପରି ଖୋର୍ଦ୍ଧା, ପୁରୀ, ନୟାଗଡ଼଼, ଅନୁଗୁଳ, ବୌଦ୍ଧ ଓ ସମ୍ବଲପୁରରେ ସପ୍ତାହକ ମଧ୍ୟରେ କିଛି ବର୍ଷା ହୋଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା