Masthead

ମେ’ ୧୦ରେ କର୍ଣ୍ଣାଟକ ଭୋଟ

କର୍ଣ୍ଣାଟକ (ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ମେ’ ୧୦ରେ ହେବ ଭୋଟ ଗ୍ରହଣ । ମେ’ ୧୩ରେ ଭୋଟ ଗଣତି କରାଯିବ । ଏଥିପାଇଁ ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ ୨୦ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ୨୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୪ ତାରିଖ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ଦିନ । ସେହି ଦିନ ହିଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଗୋଟିଏ ପର୍ଯ୍ୟାୟରେ କର୍ଣ୍ଣାଟକ ନିର୍ବାଚନ ହେବ ବୋଲି ସିଇସି ରାଜୀବ କୁମାର ଘୋଷଣା କରିଛନ୍ତି ।

ମେ’ ୨୪ରେ ଶେଷ ହେଉଛି କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ । ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବାର ନିୟମ ରହିଛି । ୨୨୪ ଆସନ ବିଶିଷ୍ଠ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ମେ’ ୨୪ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତିା ୨୦୧୮ରେ ବିଜେପି ୧୦୪ ଆସନ ପାଇଥିବାବେଳେ କଂଗ୍ରେସ ୮୦ ଓ ଜେଡିଏସକୁ ମଳିଥିଲା ୩୭ ସିଟ । ପ୍ରଥମେ କଂଗ୍ରେସ ଓ ଜେଡିଏସ ମିଳିତ ଭାବେ ସରକାର ଗଠନ କରିଥିଲେ । ଜେଡିଏସ ନେତା ଏଚଡିି କୁମାର ସ୍ୱାମୀ ହୋଇଥିଲେ ମିଳିତ ସରକାରର ମୁଖ୍ୟମନ୍ତ୍ରୀ । ୧୪ ମାସ ପରେ ବଦଳିଯାଇଥିଲା ସମୀକରଣ ।

କଂଗ୍ରେସର କିଛି ବିଧାୟକ ଇସ୍ତଫା ଦେଇ ବିଜେପି ହାତ ଧରିବାରୁ ଭାଙ୍ଗି ଯାଇଥିଲା କୁମାରସ୍ୱାମୀଙ୍କ ସରକାର । ଏହା ପରେ ବିଜେପିର ବିସେ ୟଦୁରିପ୍ପା ହୋଇଥିଲେ ମୁଖ୍ୟମନ୍ତ୍ରୀ । ୨ ବର୍ଷ ପରେ ୟଦୁୁରିପ୍ପାଙ୍କ ଇସ୍ତଫା ପରେ ବଶୱରାଜ ହେଲେ ମୁଖ୍ୟମନ୍ତ୍ରୀ । ୫ ବର୍ଷରେ କର୍ଣ୍ଣାଟକ ଦେଖିଥିଲା ୩ ମୁଖ୍ୟମନ୍ତ୍ରୀ । ୫ କୋଟି ୨୧ ଲକ୍ଷ ଭୋଟର ୨୨୪ ଜଣ ବିଧାୟକଙ୍କୁ ନିର୍ବାଚିତ କରାଇବେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସହ ଓଡ଼ିଶା , ଉତ୍ତରପ୍ରଦେଶ, ପଞ୍ଜାବ ଓ ମେଘାଳୟର କିଛି ବିଧାନସଭା ଆସନରେ ମଧ୍ୟ ଉପନିର୍ବାଚନ ହେବ । ଆଜି ଠାରୁ କର୍ଣ୍ଣାଟକ ସମେତ ଉପନିର୍ବାଚନ ହେବାକୁ ଥିବା ବିଧାନସଭା କ୍ଷେତ୍ରରେ ଆଦର୍ଶ ନିର୍ବଚନ ଅଚରଣ ବିଧି ଲାଗୁ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ