Masthead

ବିଜେପି ୱାୟନାଡ ଉପବିର୍ବାଚନ ସପକ୍ଷରେ ନାହିଁ !

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୁରତ କୋର୍ଟରେ ରାହୁଲ ଗାନ୍ଧି ମାର୍ଚ୍ଚ ୨୨ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ମାନହାନି ମକଦ୍ଦମାରେ ୨ ବର୍ଷ ଜେଲ ଆଦେଶ ପାଇବା ପରେ ତାପର ଦିନ ଅଥାତ୍ ମାର୍ଚ୍ଚ ୨୩ରେ ତାଙ୍କ ସଦସ୍ୟତା ରଦ୍ଦ ହୋଇଥିଲା । କେରଳର ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିବା ରାହୁଲ ଗାନ୍ଧିଙ୍କୁ ଲୋକସଭା ସବଚିବାଳୟ ପକ୍ଷରୁ ସଦସ୍ୟତା ରଦ୍ଦ ନେଇ ଜଣାଇ ଦିଆଯାଇଥିଲା । ୱାୟନାଡ ଆସନ ଖାଲି ହେଲା ବୋଲି ଲୋକସଭା ସଚିବାଳୟ ମୁଖ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇ ଦେଲା ।

ଆଶା କରାଯାଉଥିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସହ ପଞ୍ଜାବର ଜଳନ୍ଧର ଓ କେରଳର ୱାୟନାଡ ଲୋକସଭା ନିର୍ବାଚନ ଏକ ସମୟରେ ହେବ । କିନ୍ତୁ ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର କର୍ଣ୍ଣାଟକ ବିଧାନସଭା ସହ ତିନୋଟି ରାଜ୍ୟର ୪ଟି ବିଧାନସଭା ଉପନିର୍ବାଚନ ଓ ଜଳନ୍ଧର ଲୋକସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ୱାୟନାଡ଼ରେ ଉପନିର୍ବାଚନ କରିବା ସପକ୍ଷରେ ବୋଧ ହୁଏ ନିର୍ବାଚନ ଆୟୋଗ ନାହାନ୍ତି । ଚର୍ଚ୍ଚା ହେଉଛି ବିଜେପି ୱାୟନାଡରେ ଉପବିର୍ବାଚନ ସପକ୍ଷରେ ନାହିଁ । କଂଗ୍ରେସର ଦବଦବା ଥିବା ୱାୟନାଡରେ ଭାଇ ରାହୁଲଙ୍କ ସମ୍ମାନ ରକ୍ଷା କରିବା ପାଇଁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହେବେ ସିଡବ୍ଲୁସି ସବୁଜ ସଙ୍କେତ ଦେଇସାରିଛି ।

ପ୍ରିୟଙ୍କା ମଧ୍ୟ ଉସôାହିତ । ଯଦି ସେ ପ୍ରାର୍ଥୀ ହୁଅନ୍ତି ଆରମ୍ଭ କରିବେ ପ୍ରଥମ ରାଜନୈତିକ ଜୀବନ । ପୁଅ ରାହୁଲଙ୍କ ପାଇଁ ମାଆ ସୋନିଆ ଗାନ୍ଧି ମଧ୍ୟ ୱାୟନାଡରେ ଖେଳିବେ ଇମୋସନାଲ କାର୍ଡ । ଯାହା ବିଜେପି ପାଇଁ ସଙ୍କଟ ସୃଷ୍ଟି କରିବ । ବୋଧ ହୁଏ ଏହି କାରଣରୁ ୱାୟନାଡ ଉପନିର୍ବାଚନ ଅନିଶ୍ଚିତତା ଆଡ଼କୁ ଠେଲି ହୋଇଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ 🔴 ପାଣି ଉଠାଇବା ବେଳେ ଅଘଟଣ, ପୁଅକୁ ଉଦ୍ଧାର କରିବାକୁ ଯାଇ ବୁଡିଗଲେ ବାପା 🔴 ସେବାୟତ ବିବାଦ, ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ 🔴 ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ 🔴 ସୋମବାର ଠାରୁ ବର୍ଷା ପରିମାଣ ବଢିବ 🔴 ଓଡ଼ିଶା ଆସୁଛନ୍ତି ମହାମହିମ 🔴 ଆମେରିକାରେ ଆତ୍ମଘାତୀ ବିସ୍ଫୋରଣ, ୩ମୃତ 🔴 ପୁଣି ବଢ଼ିବ ବର୍ଷା 🔴 ବକ୍ସିଂରେ ଭାରତକୁ ୨ ସ୍ୱର୍ଣ୍ଣ 🔴 ମୁଖ୍ୟମନ୍ତ୍ରୀଙ୍କ ଅପଡେଟ୍, ବନ୍ୟା ସ୍ଥିତି ସମୀକ୍ଷା ପରେ… 🔴 ୩ ମାସ ପରେ ଖୋଲିଲା ଭିତରକନିକା, ଖୁସି ହେଲେ ପର୍ଯ୍ୟଟକ