Masthead

ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ):ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ । ନବରଙ୍ଗପୁର ଏସଡିପିଓ କହିଛନ୍ତି ସିନ୍ଧିଗୁଡା ଗ୍ରାମର ଏକ କାଜୁବାଡ଼ ପାର୍ଶ୍ଵରେ ଥିବା ନରସିଂହ ରାଇସ ମିଲ ନିକଟରେ ୫ଜଣ ଡକାୟତି ଉଦ୍ୟମ କରୁଥିଲେ । ଖବର ପାଇ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚ ୫ଜଣଙ୍କୁ ଗିରଫ କରିଛି ।

ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ଖଣ୍ଡା, ଛୁରୀ, ଦୁଇଟି ହାତ ତିଆରି ଲୁହାପଞ୍ଚ, ଓ କେକରଡ଼ ସହ ତିନୋଟି ନମ୍ବର ବିହୀନ ବାଇକ, ୪ଟି ମୋବାଇଲ ଫୋନ ପୋଲିସ ଜବତ କରିଛି । ଗିରଫ ୫ ଡକାୟତ ତେନ୍ତୁଳିଖୁଣ୍ଟି ଥାନା ଧଣ୍ଡରା ଗ୍ରାମର ଜିତେନ୍ଦ୍ର ହରିଜନ , କୋରାପୁଟ ଜିଲ୍ଲା ବି ସିଂହପୁର ଥାନା କୁମୁଲି ଗ୍ରାମର ସୁରଜ ମହାରଣା , ନବରଙ୍ଗପୁର ଥାନା ଛୁତିଆଗୁଡା ଗ୍ରାମର କରଫୁଲ ଛତର , ନବରଙ୍ଗପୁର ଥାନା ଢେପଗୁଡା ଗ୍ରାମର ସୁଶାନ୍ତ ଓରଫ ମାଇକେଲ ହରିଜନ ଓ ତେନ୍ତୁଳିଖୁଣ୍ଟି ଥାନା ବିରିଗୁଡା ଗ୍ରାମର ସଞ୍ଜୀବ ହିଆଲ । ଏମାନଙ୍କ ନାମରେ ନବରଙ୍ଗପୁର ଜିଲ୍ଲାର ବିଭଥାନାରେ ଏକାଧିକ ମାମଲା ଥିବା ପୋଲିସ ସୂଚନା ଦେଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ