Masthead

୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଅତିରିକ୍ତ ଚାର୍ଜ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଏପ୍ରିଲ ୧ରୁ ୟୁପିଆଇ ପେମେଣ୍ଟ ହେବ ମହଙ୍ଗା । ୨ ହଜାରରୁ ଅଧିକ ପେମେଣ୍ଟରେ ଲାଗିବ ଅତିରିକ୍ତ ଚାର୍ଜ । ଫୋନ୍ ପେ, ଗୁଗୁଲ ପେ ଆଉ ପେଟିଏମ୍ ଭଳି ଆପରେ ଟଙ୍କା ପଠାଉଥିଲେ ଆପଣଙ୍କୁ ଦେବାକୁ ପଡ଼ିବ ଅତିରିକ୍ତ ଚାର୍ଜ । ଆଉ ମାଗଣା ନୁହେଁ ବରଂ ୟୁପିଆଇ ପେମେଣ୍ଟ ପାଇଁ ଅଧିକ ଟଙ୍କା ଗଣିବେ ସାଧାରଣ ୟୁଜର୍ସ । ନ୍ୟାସନାଲ ପେମେଣ୍ଟ କର୍ପୋର୍ରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟକୁ ନେଇ ଏକ ସର୍କୁଲାର ଜାରି କରିଛି । ୟୁପିଆଇ ପେମେଣ୍ଟ ଉପରେ ପିପିଆଇ ଚାର୍ଜ ଲାଗୁ କରିବାକୁ ସୁପାରିଶ କରାଯାଇଛି ।

ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ୟୁପିଆଇ ପେମେଣ୍ଟ ଉପରେ ୦.୫ ପ୍ରତିଶତରୁ ୧.୧ ପ୍ରତିଶତ ପିପିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି । ଅର୍ଥାତ ୨ହଜାର ଟଙ୍କା ୟୁପିଆଇ ପେମେଣ୍ଟ କଲେ ଆପଣଙ୍କୁ ୨୦ ଟଙ୍କାରୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ବର୍ତମାନ ସମୟରେ ହେଉଥିବା ୟୁପିଆଇ ପେମେଣ୍ଟର ଅଧିକାଂଶ ନେଣଦେଣ ଦୁଇ ହଜାର ଟଙ୍କାରୁ ଉପରେ ରହୁଛି । ପାଖାପାଖି ୭୦ ପ୍ରତିଶତ ଟ୍ରାଞ୍ଜାକ୍ସନ ୨ ହଜାର ଟଙ୍କାରୁ ଅଧିକ ଥିବାରୁ, ଏହା ଉପରେ ପିପିଆଇ ଚାର୍ଜ ଲଗାଇବାକୁ ଯୋଜନା କରୁଛି ନ୍ୟାସନାଲ ପେମେଣ୍ଟ କୋର୍ପରେସନ୍ ଅଫ୍ ଇଣ୍ଡିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ