Masthead

ବିଜେପି କରୁଛି ୨୪ ପ୍ଲାନ୍, କଟକରୁ ଲଢ଼ିବେ କି ଅଶ୍ୱିନୀ?

କଟକ(ବଡ଼ ଖବର) ବିଶ୍ୱସ୍ତରୀୟ ହେବ କଟକ ରେଳ ଷ୍ଟେସନ । କଟକ ରେଳ ଷ୍ଟେସନର ବିକାଶ ପାଇଁ ୩ଶହ ୩ କୋଟିର ପ୍ୟାକେଜ । କଟକରେ କେନ୍ଦ୍ରୀୟ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ପବିତ୍ର ରାମ ନବମୀରେ ରାମ ନବମୀ ଉତ୍ସବ ପାଇଁ ପ୍ରସିଦ୍ଧ ରାଜ୍ୟର ୨ ଜିଲ୍ଲା ଭଦ୍ରକ ଓ ନୟାଗଡ଼ ମଧ୍ୟରେ ଗଡ଼ିଛି ମେମୁ ଟ୍ରେନ । ଏହାସହ ରେଭେନ୍ସାରେ ଆୟୋଜିତ ଉସବରେ ରାଜ୍ୟର ୪ କିମ୍ବଦନ୍ତୀ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଅଭିନେତ୍ରୀ ପାର୍ବତୀ ଘୋଷ ଓ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାଁରେ ଡାକଟିକଟ ଉନ୍ମୋଚିତ ହୋଇଥିଲା ।

କାର୍ଯ୍ୟକ୍ରମ ଅବସରରେ ଅଶ୍ୱିନୀଙ୍କ ଫୋକସରେ ସବୁଥର ଭଳି ଥିଲା କଟକ । ଅଶ୍ୱିନୀ କହିଥିଲେ କଟକ ମୋ’ କର୍ମଭୂମି । ମୁଁ ଏଠି ଜିଲ୍ଲାପାଳ ଭାବେ ନୁହେଁ, ଭାଇ ଭାବେ କାମ କରିଥିଲି । ଅଶ୍ୱିନୀ କେନ୍ଦ୍ରମନ୍ତ୍ରୀ ଭାବରେ ନିୟମିତ ବ୍ୟବଧାନରେ କରୁଛନ୍ତି କଟକ ଗସ୍ତ । ବିଭିନ୍ନ ଯୋଜନାକୁ କଟକ ପାଇଁ ଆଣୁଛନ୍ତି ଓ ନିଜକୁ ବ୍ରାଣ୍ଡିଂ ବି କରୁଛନ୍ତି । ଯାହା ରାଜନୀତି ମହଲରେ ଏକ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି । କୁହାଯାଉଛି ୨୦୨୪ରେ ଅଶ୍ୱିନୀ ଲୋକସଭା ପାଇଁ ଲଢିପାରନ୍ତି । କଟକ ଆସନକୁ ବାଛି ପାରନ୍ତି । ପ୍ରକାଶ ମିଶ୍ର ଓ ବିଜେପି ଆଡକୁ ଢଳିଥିବା ଭର୍ତ୍ତୁହରି ଅଶ୍ୱିନୀଙ୍କୁ ସହଯୋଗ କରିପାରନ୍ତି ବୋଲି କୁହାଯାଉଛି ।
ପ୍ରଶାସନ ଭାବେ କଟକର ଜିଲ୍ଲାପାଳ ଥିଲେ ଅଶ୍ୱିନୀ ବୈଷ୍ଣବ । କଟକକୁ ଭଲଭାବେ ବୁଝନ୍ତି । ଆଉ ବିଜେପି କଟକ ଜିତିବାକୁ ହେଲେ ଅଶ୍ୱିନୀ ବୈଷ୍ଣବଙ୍କ ଭଳି ସ୍ମାର୍ଟ ପ୍ରାର୍ଥୀଙ୍କୁ ଫୋକସରେ ରଖିଥାଇପାରେ । ବୋଧହୁଏ ସେଥିପାଇଁ ଅଶ୍ୱିନୀ କଟକକୁ ଫୋକସରେ ରଖିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା