Masthead

ନୂଆପଡ଼ାରେ ହଳଦିଆ ତରଭୁଜ ଚାଷ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଖରାଦିନ ଆସିଲେ ଲୋକେ ଖୋଜନ୍ତି ତରଭୁଜ। ନୂଆପଡ଼ା ବଜାରରରେ ଏବେ ଭିନ୍ନ ଧରଣର ସୁଆଦିଆ ତରଭୁଜ ବିକ୍ରି ହେଉଛି । ହଳଦିଆ ତରଭୁଜ । ଏହାର ରହିଛି ବେଶ୍ ଚାହିଦା । ଏ ହେଉଛି ହଳଦିଆ ତରଭୁଜ । ନୂଆପଡ଼ା ଗୋଡ଼ଫୁଲା ପଞ୍ଚାୟତ ଭେରା ଗାଁରେ ଏବେ ଚାଷ ହେଉଛି ହଳଦିଆ ତରଭୁଜ। ଚାଷି ତିରିଥରାମ୍ ପଟେଲ ହଳଦିଆ ତରଭୁଜ ଚାଷ କରି ବେସ ଦି ପଇସା ରୋଜଗାର କରିପାରୁଛନ୍ତି। ବଜାରରେ ବି ଏହି ଆରୋହୀ ନାମକ ତରଭୁଜକୁ ଲୋକ ପସନ୍ଦ କରୁଛନ୍ତି। ବିକ୍ରି ବି ଭଲ ହେଉଥିବାରୁ ଫଳ ଦୋକାନୀମାନେ ତିରିଥରାମଙ୍କୁ ହଳଦିଆ ତରଭୁଜ ଯୋଗାଇ ଦେବା ପାଇଁ ଅଡ଼ର୍ର ଦେଉଛନ୍ତି।

ଏ ବର୍ଷ ନୂଆପଡ଼ା ଜିଲ୍ଲାରେ ଆଠଜଣ ଚାଷୀଙ୍କୁ ଆରୋହୀ ତରଭୁଜ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ସହକାରୀ କୃଷି ଅଧିକାରୀ ସୁଧାଂଶୁ ଶେଖର ସାହୁ। ଅନ୍ୟପଟେ ଜିଏ ଥରେ କିଣିକି ନେଇଛି ସେ ବାରମ୍ବାର ନେବାକୁ ଦୋକାନଙ୍କୁ ଆସୁଛି। ବିଶେଷ କରି ଛୁଆଙ୍କ ଭିତରେ ଏହି ଆରୋହୀ ହଳଦିଆ ତରଭୁଜ ଆଦୃତ ହେଉଥିବା ଜଣାପଡିଛି। ପାଚିବା ପାଇଁ ୭୦ ରୁ ୮୦ ଦିନ ଲାଗୁଥିବା ଏହି ତରଭୁଜକୁ ଆଗାମୀ ଦିନରେ ଜିଲ୍ଲାରେ ଅଧିକରୁ ଅଧିକ ଚାଷ କରିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛନ୍ତି   କିଛି ନୂଆ ଚାଷ କଲେ ଚାହିଦା ବଢିବା ସ୍ୱାଭାବିକ । ଯାହା କରି ଦେଖାଇଛନ୍ତି ଚାଷୀ ତିରିଥରାମ ପଟେଲ ଓ ଅନ୍ୟମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଭୁଲ ଇଞ୍ଜେକସନ ନେଲା ୫ ଜୀବନ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌