ଶିକ୍ଷାଗତ ପ୍ରମାଣପତ୍ର ସହ ଆପର ଧାରଣା

ପୁରୀ (ବଡ଼ ଖବର ବ୍ୟୁରୋ): ଶିକ୍ଷାଗତ ପ୍ରମାଣପତ୍ର ସହ ଆମ୍ ଆଦମୀ ପାର୍ଟିର ଧାରଣା । ବଳଗଣ୍ଡିସ୍ଥିତ ଭକ୍ତ ସାଲବେଗଙ୍କ ପୀଠ ସମ୍ମୁଖରେ ଧାରଣା ଦେଲେ ଆପକର୍ମୀ ଓ ନେତା । ନୋଟ୍ ବନ୍ଦୀ ଓ ଜିଏସଟି ଯୋଗୁଁ ସାଧାରଣ ଲୋକେ ପରିଣାମ ଭୋଗୁଛନ୍ତି । ଏଭଳି ନିଷ୍ପତ୍ତି ଜଣେ ପଢାଲେଖା ଜାଣିଥିବା ଲୋକ ପକ୍ଷରେ ସମ୍ଭବ ନୁହେଁ । ଅପାଠୁଆ ବା ମୁର୍ଖ ନେତାଙ୍କ ହାତରେ ଯଦି ଦେଶ ଛାଡ଼ି ଦିଆଯାଏ, ତେବେ ଦେଶର ଅବସ୍ଥା ଅଧିକ ଖରାପ ହେବ । ନିକଟରେ ୨ଟି ବିଶ୍ୱବିଦ୍ୟାଳୟକୁ ପ୍ରଧାମନ୍ତ୍ରୀଙ୍କ ଡିଗ୍ରୀ ମଗାଯାଇଥିବା ମାମଲାକୁ ଅଦାଲତ ନାକଜ୍ କରି ଓଲଟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଏବେ ଦେଶରେ କେନ୍ଦ୍ରୀୟ ସଂସ୍ଥା ଦ୍ଵାରା ବିରୋଧୀ ନେତାଙ୍କୁ ମିଛ ଦଫା ଲଗାଇ ଜୋରଜବରଦସ୍ତ ଗୁଣ୍ଡା ଭଳି ଗିରଫ କରାଯାଉଛି ।

ଏହା ବିଜେପିର କୌଣସି ଶିକ୍ଷିତ ନେତା କଲା ଭଳି ଲାଗୁନାହିଁ ବୋଲି ଆମ୍ ଆଦମୀ ପାର୍ଟି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଲି ଏବଂ ଟିଭିରେ ବେଶୀ ପଢାଲେଖା କରିନଥିବା କହିବା ପରେ ଏବେ ମିଛ ସାର୍ଟିଫିକେଟ ଦେଖେଇ ଲୋକଙ୍କୁ ଭ୍ରମିତ କରିବା କ’ଣ ଦରକାର ବୋଲି ଆପ୍ ପ୍ରଶ୍ନ କରିଛି । ପୁରୀ ବିଧାୟକ ନିଜର ଶିକ୍ଷାଗତ ଯୋଗ୍ୟତା ପୁରୀବାସୀଙ୍କୁ ଦେଖାଇବାସହ ନିଜ ନେତାଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦିଅନ୍ତୁ ବୋଲି ଆପ୍ ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି କହିଛନ୍ତି। ବିଜେପିର ପୂର୍ବତନ ପୁରୀ ସାଂସଦ ପାର୍ଥୀ ପୁରୀକୁ ଆସି ବାରମ୍ବାର ମିଛ କହୁଛନ୍ତି । ତାଙ୍କ ନେତାଙ୍କ ସାର୍ଟିଫିକେଟ ଦେଖେଇବା ପାଇଁ ଆହ୍ବାନ ଦେଇଛନ୍ତି ଆପ୍ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି।

ଆଜିର କାର୍ଯ୍ୟକ୍ରମରେ ଆପର ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି , ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି , ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ , ଜିଲ୍ଲା ସୋସିଆଲ ମିଡିଆ ଅଧକ୍ଷ ସମୀର ସାମନ୍ତରାୟ, ଜିଲ୍ଲା ମୁଖ୍ୟ ପ୍ରବକ୍ତା ଅନୀଲ କୁମାର ସେନାପତି , ପୁରୀ ପୌରପାଳିକା ଆପ୍ ଅଧକ୍ଷ ରାକେଶ ନନ୍ଦ, ପ୍ରକାଶ ପ୍ରଧାନ , ରଶ୍ମିରଞ୍ଜନ ରାଉତରାୟ, ସୁନୀଲ ଜେନା ପ୍ରମୁଖ ଯୋଗଦେଇଥିଲେ । ଭୁବନେଶ୍ୱର ଜନ ଶିକ୍ଷଣ ସଂସ୍ଥାନ ତରଫରୁ ପାଳିତ ହୋଇଛି ଉତ୍କଳ ଦିବସ । ଏ ଅବସରରେ ସଚେତନତା ଶୋଭାଯାତ୍ରା ଭୁବନେଶ୍ୱର କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ଆମେ ଆମ ପରମ୍ପରାକୁ ନେଇ ବଞ୍ଚିବା ଉଦେ୍ଦଶ୍ୟରେ ଆୟୋଜିତ ହୋଇଥିଲା ଶୋଭାଯାତ୍ରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ