ସାବାସ୍ ମିହିର

ସାଲେପୁର (ବଡ଼ ଖବର ବ୍ୟୁରୋ): ସ୍ୱାର୍ଥପର ଦୁନିଆରେ କେହି କାହାର ନୁହନ୍ତି । ମଣିଷ ମଣିଷକୁ ଚିହ୍ନି ପାରୁନି । କିନ୍ତୁ ଆଜିବି ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ସମସ୍ତଙ୍କ ସେବା କରିବାରେ ନିଜକୁ ସମର୍ପଣ କରିଦେଇଛନ୍ତି । ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଯୁବ ସମାଜସେବୀ ମିହିର ଦାସ ଜଣେ । ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ସମାଜସେବୀ ଭାବେ ପରିଚିତ । ସାଲେପୁର ମୁଖ୍ୟ ରାସ୍ତା ଉପରେ ପଡିରହିଥିଲା ୨ଟି ଷଣ୍ଢର ମୃତଦେହ । ସ୍ଥାନୀୟ ଅଞ୍ଚଳର ଲୋକେ ଦେଖୁଥିଲେ ସୁଦ୍ଧା ଅଣଦେଖା କରି ଚାଲିଯାଉଥିଲେ । ମିହିର ଦେଖାଇଲେ ମାନବିକତା । ମୃତ ଷଣ୍ଢଦୁଇଟିକୁ ଉଦ୍ଧାର କରି ସାଙ୍ଗଙ୍କ ସହଯୋଗରେ ନଦୀବନ୍ଧ ପାଖରେ ଗାତ ଖୋଳି ପୋତିଥିଲେ । କିଛିଦିନ ପୂର୍ବରୁ ମଧ୍ୟ ଦୁର୍ଘଟଣାଗ୍ରସ୍ତ ଏକ ଷଣ୍ଢକୁ ଉଦ୍ଧାର କରି ବର୍ତ୍ତମାନ ଚିକିତ୍ସା କରୁଛନ୍ତି । ମିହିରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!