Masthead

ସାବାସ୍ ମିହିର

ସାଲେପୁର (ବଡ଼ ଖବର ବ୍ୟୁରୋ): ସ୍ୱାର୍ଥପର ଦୁନିଆରେ କେହି କାହାର ନୁହନ୍ତି । ମଣିଷ ମଣିଷକୁ ଚିହ୍ନି ପାରୁନି । କିନ୍ତୁ ଆଜିବି ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ସମସ୍ତଙ୍କ ସେବା କରିବାରେ ନିଜକୁ ସମର୍ପଣ କରିଦେଇଛନ୍ତି । ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଯୁବ ସମାଜସେବୀ ମିହିର ଦାସ ଜଣେ । ସେ ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବ ସମାଜସେବୀ ଭାବେ ପରିଚିତ । ସାଲେପୁର ମୁଖ୍ୟ ରାସ୍ତା ଉପରେ ପଡିରହିଥିଲା ୨ଟି ଷଣ୍ଢର ମୃତଦେହ । ସ୍ଥାନୀୟ ଅଞ୍ଚଳର ଲୋକେ ଦେଖୁଥିଲେ ସୁଦ୍ଧା ଅଣଦେଖା କରି ଚାଲିଯାଉଥିଲେ । ମିହିର ଦେଖାଇଲେ ମାନବିକତା । ମୃତ ଷଣ୍ଢଦୁଇଟିକୁ ଉଦ୍ଧାର କରି ସାଙ୍ଗଙ୍କ ସହଯୋଗରେ ନଦୀବନ୍ଧ ପାଖରେ ଗାତ ଖୋଳି ପୋତିଥିଲେ । କିଛିଦିନ ପୂର୍ବରୁ ମଧ୍ୟ ଦୁର୍ଘଟଣାଗ୍ରସ୍ତ ଏକ ଷଣ୍ଢକୁ ଉଦ୍ଧାର କରି ବର୍ତ୍ତମାନ ଚିକିତ୍ସା କରୁଛନ୍ତି । ମିହିରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି