Masthead

‘ନିଜେ ଚୋରିକଲେ ଆମ ପିଲାକୁ ଚୋର ସଜେଇ ଜୀବନ ନେଇଗଲେ’

ନିମାପଡ଼ା(ବଡ଼ ଖବର ବ୍ୟୁରୋ): ଆମ ପିଲା ନିର୍ଦ୍ଦୋଷ ତାର କିଛି ଭୁଲ ନାହିଁ। ନିଜେ ଚୋରିକଲେ ଆମ ପିଲାକୁ ଚୋର ସଜେଇ ତା ଜୀବନ ନେଇଗଲେ। ଏମିତି ସାଙ୍ଘାତିକ ଅଭିଯୋଗ ଆସିଛି ନିମାପଡ଼ା ଗୁପ୍ତା ଡିଷ୍ଟ୍ରିବୁଟର ନାମରେ। ସେ ତାଙ୍କ ଅନ୍ୟ କର୍ମଚାରୀଙ୍କ ସହ ମିଶି ଶିବପ୍ରସାଦ ଭୋଇଙ୍କୁ ହତ୍ୟା କରି ଟାଙ୍ଗିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିମାପଡା ଗୁପ୍ତା ଡ଼ିଷ୍ଟ୍ରିବୁଟରରେ କାର୍ୟ୍ୟରତ ଥିବା ମିଟେଇପୁର ପଂଚାୟତ ସାତପୁରୀ ଅଂଚଳର ଶିବପ୍ରସାଦ ଭୋଇ ୧ବର୍ଷ ହେବ ସେଠାରେ କାର୍ୟ୍ୟ କରିଆସୁଥିଲେ। ଗତକାଲି ଷ୍ଟୋରରୁମରୁ ଶିବପ୍ରସାଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଶରୀର ତଳେ ରକ୍ତଛିଟା ପଡ଼ିଥିବା ଓ ଶିବପ୍ରସାଦଙ୍କ ପାଟି ଓ କାନରୁ ରକ୍ତ ବାହାରିଥିବା ମଧ୍ୟ ଦେଖିବାକୁ ମିଳିଛି।

ଘଟଣା ସ୍ଥଳରେ ମିଟେଇପୁର ପଂଚାୟତର ଲୋକେ ସୋରୁମ ଭିତରେ ପଶି ବ୍ୟାପକ ଜିନିଷ ପତ୍ର ଭଙ୍ଗା ରୁଜା କରିଥିଲେ। ଉତେଜନା ମୂଳକ ପରିସ୍ଥିତିକୁ ଆୟତ କରିବା ନିମନ୍ତେ ସଙ୍ଗେ ସଙ୍ଗେ ପୋଲିସ ଫୋର୍ସ ମୁତୟନ ହେବା ସହ ନିମାପଡ଼ା ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରିରଖିଛି। ଆଜି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏହା ସୁଚିନ୍ତିତ ହତ୍ୟା ନାଁ ଆତ୍ମହତ୍ୟା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼