ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶିବସେନା ଉଦ୍ଧବ ଠାକରେ ଦଳର ନେତା ସଞ୍ଜୟ ରାଉତଙ୍କ ଅଭିଯୋଗ । ପଶ୍ଚିମବଙ୍ଗ, ବିହାରରେ ହେଉଥିବା ହିଂସା ଯୋଜନାବଦ୍ଧ ଭାବରେ ଘଟୁଛି । ଏଭଳି ଘଟଣା ପାଇଁ ସେ ବିଜେପିକୁ ଦାୟୀ କରିଛନ୍ତି। ସଞ୍ଜୟ ରାଉତ କହିଛନ୍ତି ଯେ ଯୋଜନାବଦ୍ଧ ଭାବରେ ବଙ୍ଗଳାରେ ହିଂସା ସୃଷ୍ଟି କରାଯାଉଛି। ଯେତେବେଳେ ନିର୍ବାଚନ ପାଖେଇ ଆସେ କିମ୍ବା ଯେଉଁ ଅଞ୍ଚଳରେ ବିଜେପିର ପରାଜୟ ହେବାର ଆଶଙ୍କା ରହିଛି, ସେଠାରେ ଦଙ୍ଗା ଘଟୁଛି। ବିଜେପି ଜାଣିଶୁଣି ଏଭଳି କରୁଛି ବୋଲି ସେ କହିଛନ୍ତି।