Masthead

୨୦୩୦ ସୁଦ୍ଧା ନିଜ ବୟସ ବଢାଇ ପାରିବ ମଣିଷ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅମର ହୋଇଯିବ ମଣିଷ ଏ କଥା ଆପଣ କେବେ ଭାବିଛନ୍ତି କି । ସମସ୍ତଙ୍କ ମୃତ୍ୟୁ ଦିନେ ନା ଦିନେ ହୋଇଥାଏ । କିନ୍ତୁ ବଦଳିବାକୁ ଯାଉଛି ସମୟ । ଆଉ ମାତ୍ର ୭ ବର୍ଷ ଅର୍ଥାତ ୨୦୩୦ ବେଳକୁ ମଣିଷ ଚାହିଁଲେ ନିଜର ବୟସକୁ ପ୍ରତିବର୍ଷ ବଢାଇ ପାରିବ । ଜନ୍ମ ଅଛି ମାନେ ମୃତ୍ୟୁ ଅଛି । ଏକଥା ବୈଜ୍ଞାନିକଙ୍କୁ ଛାଡ଼ି ଅନ୍ୟ ସମସ୍ତେ ମାନନ୍ତି । ବୈଜ୍ଞାନିକମାନେ ଅମର ହେବାର ରହସ୍ୟ କିଛି ବର୍ଷ ହେଲା ଖୋଜିବାରେ ଲାଗିଛନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ଗୁଗଲର ଜଣେ ପୂର୍ବତନ ବୈଜ୍ଞାନିକ । ଅନେକ ପୌରାଣିକ କାହାଣୀରେ ଆମେ ଭଗବାନଙ୍କ ଅମରତ୍ୱର ଗାଥା ଶୁଣିଛେ। ଅମରତାକୁ ନେଇ ଅନେକ ଲୋକ ଭବିଷ୍ୟବାଣୀ କରିଆସୁଛନ୍ତି। ପୂର୍ବତନ ଗୁଗୁଲ ଇଂଜିନିୟର ରୟ କୁର୍ଜବିଲ୍ ସାତ ବର୍ଷ ପରେ ମଣିଷ ଅମର ହେବା ନେଇ ଭବିଷ୍ୟବାଣୀ କରିଛନ୍ତି । କହିଛନ୍ତି ଯେ ୨୦୩୦ ସୁଦ୍ଧା ପ୍ରଯୁକ୍ତି ବିଜ୍ଞାନ ଦ୍ୱାରା ମଣିଷ ଅମର ହେବା ଭଳି ସ୍ଥିତିରେ ପହଞ୍ଚିଯିବ। ବିଶେଷ କରି ଜେନେଟିକ୍, ରୋବୋଟିକ୍ସ ଓ ନାନୋଟେକ୍ନୋଲୋଜିରେ ହେଉଥିବା ବିକାଶ ଦ୍ୱାରା ଭବିଷ୍ୟତରେ ଆମ ଶୀରା ପ୍ରସିରାରେ ନାନୋରୋବଟ୍‌କୁ ସ୍ଥାନିତ କରାଯାଇପାରିବ। ବୈଜ୍ଞାନିକ ଜଣକ କହିଛନ୍ତି ଯେ ବିଶ୍ୱରେ ଦିନକୁ ଦିନ ବଡ଼ ଧରଣର ବୈଷୟିକ ପରିବର୍ତ୍ତନ ଘଟୁଛି। ଯାହା ସିଧାସଳଖ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତେବେ କୁର୍ଜବିଲ ପୂର୍ବରୁ ମଧ୍ୟ ଏପରି ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ବୋଲି ପ୍ରମାଣିତ ହୋଇଛି। ୨୦୨୯ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ମଣିଷ ମସ୍ତିଷ୍କର ବୁଦ୍ଧିମତା ସ୍ତର ହାସଲ କରିବା ପରୀକ୍ଷାରେ ପାସ୍ ହୋଇଯିବ ବୋଲି କିଛି ବର୍ଷ ପୂର୍ବେ ଫୁର୍ଜୱେଲ୍ କହିଥିଲେ ତାହା ଅନେକାଂଶରେ ସତ ହେବା ପରେ ମନେ ହେଉଛି । ତେଣୁ ଏବେ ମଣିଷର ଅମରତ୍ୱ ନେଇ ଯାହା ଦାବି କରୁଛନ୍ତି ତାକୁ ନେଇ ଚର୍ଚ୍ଚା ହେଉଛି ।

 

କେମିତି ଅମର ହେବ ମଣିଷ ?

୨୦୧୭ରେ କୁର୍ଜବିଲ ଏକ ସାକ୍ଷାତକାରରେ କହିଥିଲେ ଯେ, ଆଗାମୀ ସମୟରେ କମ୍ପ୍ୟୁଟରର ଶକ୍ତି ଏତେ ଅଧିକ ହେବ ଏବଂ ଏହାର କ୍ଷେତ୍ର ଏତେ ବିସ୍ତୃତ ହେବ ଯେ ଅମରତା ମଣିଷର ହାତ ମୁଠାରେ ରହିବ। ୨୦୨୯ ସୁଦ୍ଧା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମଣିଷ ନୂଆ ନୂଆ ଦକ୍ଷତା ହାସଲ କରିବ । ୨୦୪୫ ବେଳକୁ ଆମେ ସୃଷ୍ଟି କରିଥିବା ଏଆଇର ବୁଦ୍ଧି ସହିତ ମିଶାଇ ଆମେ ନିଜର ବୁଦ୍ଧିମତାକୁ କୋଟି କୋଟି ଗୁଣ ବଢାଇବାର ଚମତ୍କାର କରିବାକୁ ଯାଉଛି। ରୋବଟିକ୍ ସାଇନ୍ସର ବିକାଶ ସହିତ ନାନୋ ବୋଟ୍ସ ତିଆରି ହେବ। କୁର୍ଜବିଲ ନାନୋଟେକ୍ନୋଲୋଜି ଏବଂ ରୋବୋଟିକ୍ସ ବିଷୟରେ ମଧ୍ୟ କହିଛନ୍ତି। ତାଙ୍କର କହିବା ଅନୁଯାୟୀ, ଉଭୟଙ୍କ ମିଶ୍ରଣରେ ବୟସକୁ ହ୍ରାସ କରିବା ପାଇଁ ଏକ ଡିଭାଇସ୍ ପ୍ରସ୍ତୁତ କରାଯିବ ଯାହାର ନାମ ନାନୋବଟ୍ସ୍ ହେବ । ଆଗାମୀ ଦିନରେ ନାନୋବଟ୍ସ୍ ସହାୟତାରେ ମଣିଷ ଶରୀରର ସମସ୍ତ ରୋଗ ଠିକ୍ କରାଯାଇପାରିବ । ଏଭଳି ନାନୋ ବୋଟ୍ସ ବୟସ ବଢାଉଥିବା ସେଲ୍ସର ଅବକ୍ଷୟକୁ ରୋକିଦେବେ। ଫଳରେ ମଣିଷର ବୟସ ବଢିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା