Masthead

କୋଟିଆରେ ଉତ୍କଳ ଦିବସ ପାଳନକୁ ନେଇ ରାଜନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆରେ  ଉତ୍କଳ  ଦିବସ ପାଳନକୁ ନେଇ ରାଜନୀତି ଥମିବାରେ ନାଁ ଧରୁନି । ବିଜେପିକୁ ଘେରିଛି ବିଜେଡି । ବିବାଦର ସମାଧାନ ପାଇଁ କଂଗ୍ରେସ ଅପିଲ କରିଥିବା ବେଳେ ବିଜେଡିକୁ ମୁହଁତୋଡ ଜବାବ ଦେଇଛି ବିଜେପି ।  କୋଟିଆ ଓଡ଼ିଶାର । ମାତ୍ର ଭୌଗୋଳିକ ସୀମାରେଖା ଭିତରେ ଚାଲିଛି ଆନ୍ଧ୍ରର ଦାଦାଗିରି । ବିରୋଧ ନ କରିବା ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସନ୍ଦେହ ଘେରକୁ ଟାଣୁଛି । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ହେଉନାହିଁ କାହିଁକି ? ସମ୍ପୃକ୍ତ ଜିଲ୍ଲାପାଳ ଓ ଆରଡିସି କାହା ପ୍ରରୋଚନାରେ ନୀରବ ରହୁଛନ୍ତି ? ସ୍ଥାନୀୟ ପ୍ରଶାସନ କଣ ୫ଟି ଅନ୍ତର୍ଭୃକ୍ତ ନୁହେଁ କି ବୋଲି ବିଜେପି ପ୍ରଶ୍ନ କରିଛି ।

କେନ୍ଦ୍ରମନ୍ତ୍ରୀଙ୍କ କୋଟିଆ ଗସ୍ତକୁ କଂଗ୍ରେସ ସ୍ୱାଗତ କରିଛି । ମାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କରିଛି ଟାର୍ଗେଟ । କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ସମୟ ଦିଅନ୍ତୁ । କେନ୍ଦ୍ର ଚାହିଁଲେ ବିବାଦର ସମାଧାନ ହୋଇପାରନ୍ତା ବୋଲି ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି । ବିଜେଡି କହିଛି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସରକାରଙ୍କୁ କେନ୍ଦ୍ର ସରକାର ଡାକନ୍ତୁ । କେନ୍ଦ୍ର ସରକାର ହସ୍ତକ୍ଷେପ କରି ସୀମା ନିର୍ଧାରଣ କରନ୍ତୁ ବୋଲି ରାଜସ୍ୱମନ୍ତ୍ରୀ କହିଛନ୍ତି ।   କୋଟିଆ ପାଇଁ ସବୁ ରାଜନୈତିକ ଦଳ କାନ୍ଧୁଛନ୍ତି କୁମ୍ଭୀର କାନ୍ଦଣା । ମାତ୍ର ସମାଧାନ ଦିଗରେ କାହାର ଆନ୍ତରିକତା ଥିବା ଭଳି ମନେହେଉ ନାହିଁ । ଭୁବନେଶ୍ୱର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ