Masthead

୨୦୨୪ ରଣନୀତି ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କୁ ଏକଜୁଟ କରାଇବା ପାଇଁ କ୍ରମାଗତ ଉଦ୍ୟମ ହେଉଛି । ଏହି ପରିପ୍ରେକ୍ଷୀରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ବିରୋଧୀ ଏକତାକୁ ଆଗେଇ ନେବା ପାଇଁ ମଧ୍ୟସ୍ଥ ରୂପେ ଉଭା ହୋଇଛନ୍ତି । ସୋମବାର ଷ୍ଟାଲିନ ନୂଆଦିଲ୍ଲୀରେ ‘ସର୍ବଭାରତୀୟ ସାମାଜିକ ନ୍ୟାୟ ସଂଘ’ ବ୍ୟାନରରେ ବିରୋଧୀ ନେତାମାନଙ୍କ ଦ୍ୱିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ କରିଛନ୍ତି ।  ପ୍ରାୟ ୨୦ଟି ଦଳର ପ୍ରତିନିଧି ଯୋଗଦେଇଥିଲେ । ତେବେ ଅଧିକାଂଶ ନେତା ଭିସି ମାଧ୍ୟମରେ ସାମିଲ ହୋଇଥିଲେ।

ତେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଭଳି ମଞ୍ଚକୁ ସ୍ୱାଗତ କରିଛନ୍ତି । ଏହି ବୈଠକ ରାଜନ୍ରେତିକ ଦୃଷ୍ଟିକୋଣରୁ ନୁହେଁ ବରଂ ସାମାଜିକ ନ୍ୟାୟ ଆନ୍ଦୋଳନକୁ ଆଗେଇ ନେବା ଉଦ୍ଦେଶ୍ୟରେ ଡକାଯାଇଛି ବୋଲି ଡିଏମକେ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସର ଡେରେକ୍‌ ଓ’ବ୍ରାଏନ୍‌ କହିଛନ୍ତି ଯେ, ଏହା ଏକ ରାଜନୈତିକ ମଞ୍ଚ ବୋଲି କହିବାରେ ଆମର ଦ୍ୱିଧା ନାହିଁ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଏଭଳି ମଞ୍ଚରେ ଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଦୁଇ ତିନିଟି ଦଳ ବିଜେପି ସହ ଲଢ଼ିବାକୁ ଚାହୁଁ ନାହାନ୍ତି। ତେବେ, ଏହାକୁ ନେଇ ପରିସ୍ଥିତିକୁ ଗୁରୁତ୍ୱ ନ ଦେବାର ସମୟ ଏବେ ନୁହେଁ।

ଏବେ ସମୟ ସିଧାସଳଖ କଳା କିମ୍ବା ଧଳା ହେବାର। ଆମର ଗୋଟିଏ କାମ ଅଛି….. ମୁଁ ବିଜେଡିକୁ ନିବେଦନ କରୁଛି ଯେ ସେମାନେ ଆଗକୁ ଆସନ୍ତୁ। ଦିଲ୍ଲୀ ସମ୍ମିଳନୀରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ହେମନ୍ତ ସୋରେନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ଓ ଅଖିଳେଶ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ତୃଣମୂଳ କଂଗ୍ରେସର ଡେରେକ୍‌ ଓ’ବ୍ରାଏନ୍‌, ବାମପନ୍ଥୀ ନେତା ସୀତାରାମ ୟେଚୁରୀ ଓ ଡି ରାଜା ଯୋଗ ଦେଇଥିଲେ। ଅନ୍ୟ ବିରୋଧୀ ଦଳ ଯଥା ଆପ, ବିଆରଏସ୍, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।ରାହୁଲଙ୍କ ସଂସଦ ସଦ୍ୟତା ରଦ୍ଦ ହେବା ପରେ ଚେନ୍ନାଇ ପରେ ଦ୍ୱିତୀୟ ଥର ପାଇଁ ବିରୋଧୀମାନେ ଦିଲ୍ଲୀରେ ଏକାଠି ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ 🔴 ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ 🔴 ଲଞ୍ଚ ହେବ ଆକ୍ସିଅମ-୪ ମିଶନ, କାଉଣ୍ଟଡାଉନ୍ ଷ୍ଟାଟ୍ 🔴 ଆଜିଠୁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା 🔴 ଇସ୍ରାଏଲ-ଇରାନ ଯୁଦ୍ଧବିରତି ଘୋଷଣା କଲେ ଟ୍ରମ୍ପ 🔴 ୫ ଦିନ ପ୍ରବଳ ବର୍ଷା 🔴 ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ, ଚୋରି ହେଲା ଦଶମୂଳ ମୋଦକ 🔴 ଚଳନ୍ତା ଟ୍ରେନ୍ ରେ ଯାତ୍ରୀଙ୍କୁ ପିଟିପିଟି ହତ୍ୟା 🔴 ଦିଲ୍ଲୀ ଯୁବତୀଙ୍କୁ ଯାଜପୁରେ ଅସଦାଚରଣ 🔴 ଧଳା ଜହର ଜବତ ସହ ୨ ମହିଳା ଗିରଫ