Masthead

୫ ଡଙ୍ଗା କାଢ଼ିଲେ ଭୋଇ ସେବାୟତ, ଚନ୍ଦନ ଚାପ ପାଇଁ ଏମିତି ପ୍ରସ୍ତୁତି

ପୁରୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ୨୩ ତାରିଖ ଅକ୍ଷୟ ତୃତୀୟା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ଚନ୍ଦନଯାତ୍ରା। ବର୍ଷ ତମାମ୍ ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ି ରହିଥିବା ନନ୍ଦା, ଭଦ୍ରା ନାମରେ ଦୁଇଟି ଓ ବୈଜୟନ୍ତୀ ନାମକ ଗୋଟିଏ ସମୁଦାୟ ୫ଟି ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଭୋଇ ସେବାୟତଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ପରମ୍ପରା ଅନୁଯାୟୀ ପ୍ରତିବର୍ଷ ମହାପ୍ରଭୁଙ୍କର ଚନ୍ଦନଯାତ୍ରା ସରିବା ପରେ ଅଥବା ହଳଦୀପାଣି ପରଦିନ ସମସ୍ତ ଡଙ୍ଗାକୁ ଭଙ୍ଗାଯାଇ ଭୋଇ ସେବାୟତମାନଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ଦିଆଯାଇଥାଏ ।

ଚୈତ୍ର ପୂର୍ଣ୍ଣିମାରେ ଏହାକୁ ଉଦ୍ଧାର କରି ମରାମତି କରାଯିବା ସହ ଅକ୍ଷୟ ତୃତୀୟା ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା ପାଇଁ ଏହାକୁ ପୁନଃ ପ୍ରସ୍ତୁତ କରାଯାଇଥାଏ । ମଦନମୋହନ, ଭୁଦେବୀ, ଶ୍ରୀଦେବୀ ଏବଂ ପଞ୍ଚୁପାଣ୍ଡବ ଶ୍ରୀମନ୍ଦିରରୁ ବିଜେ କରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ଏଥିଲାଗି ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବାୟତମାନେ ସମସ୍ତ ଡଙ୍ଗାକୁ ନରେନ୍ଦ୍ର ପୁଷ୍କରିଣୀରୁ ଉପରକୁ ଉଠାଇବା ସହ ସେଥିରେ ପିଚୁ, ରାଳ ଇତ୍ୟାଦି ଦେଇ ମହାପ୍ରଭୁଙ୍କର ଚାପ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା