Masthead

ଆଦାନୀ ମାମଲାରେ ଶରଦ ପାୱାରଙ୍କ ଭିନ୍ନ ମତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଦାନୀ ମାମଲାରେ ଜେପିସି ତଦନ୍ତ ଦାବିକୁ ଅସମର୍ଥ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଭିନ୍ନ ମତ ରଖିଛନ୍ତି । ବିରୋଧୀ ମେଣ୍ଟରେ ଅସହମତି ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ସମର୍ଥନ କରିଛନ୍ତି । କହିଛନ୍ତି ସୁପ୍ରିମକୋଟଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା ଯାଞ୍ଚ କରାଯାଉଛି । ସତ ଶୀଘ୍ର ସାମ୍ନାକୁ ଆସିବ । ଜେପିସି ତଦନ୍ତର କୌଣସି ଆବଶ୍ୟକତା ନାହିଁ । ସରକାରଙ୍କୁ ସମାଲୋଚନା ପାଇଁ ଆଦାନୀ-ଅମ୍ବାନୀ ନାମ ଦିଆଯାଉଛି । କିନ୍ତୁ ଦେଶ ପ୍ରତି ସେମାନଙ୍କ ଅବଦାନକୁ ଚିନ୍ତା କରିବା ଦରକାର ।

ପାୱାର କହିଛନ୍ତି, ମୁଁ ଭାବୁଛି ବେକାରୀ, ଦରଦାମ ବୃଦ୍ଧି, କୃଷକ ସମସ୍ୟା ଗୁରୁତ୍ୱପୂର୍ଣ୍ଣ । ବିରୋଧୀଙ୍କ ମିଳିତ ବୈଠକରେ ଏ ସମସ୍ତ ପ୍ରସଙ୍ଗ ସ୍ଥାନ ପାଇଛି । କେତେକ ପ୍ରସଙ୍ଗରେ ଆମର ମତ ଭିନ୍ନ ରହିଛି । ଶରଦ ପାୱାରଙ୍କ ଏଭଳି ମତ ପରେ କଂଗ୍ରେସ ଏକ ବିବୃତି ଜାରି କରିଛି । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହା ତାଙ୍କର ନିଜର ମତ ହୋଇପାରେ । ଜୟରାମ କହିଛନ୍ତି, ୧୯ଟି ବିରୋଧୀ ଦଳ ଏହି ପ୍ରସଙ୍କରେ ଏକଜୁଟ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା