୨୦୨୪ ନିର୍ବାଚନରେ କୌଣସି ମାଫ କରାଯିବ ନାହିଁ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଯିବା ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ୨୦୨୪ ନିର୍ବାଚନକୁ ଦଳ କିପରି ନିର୍ବାଚନ ଲଢ଼ିବ ସେନେଇ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ପ୍ରସ୍ତୁତ ସରିଛି। ନିର୍ବାଚନକୁ କିପରି ସାମ୍ନା କରାଯିବ ସେ ବିଷୟରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଆଲୋଚନା ପାଇଁ ରାଜ୍ୟ ସଭାପତିଙ୍କୁ ଦିଲ୍ଲୀ ଡକରା ଆସିଥିଲା। ପ୍ରତିଷ୍ଠା ଦିବସ ଦିନ ସେ ଅନୁପସ୍ଥିତ ରହି ଦିଲ୍ଲୀ ଯାଇଥିଲେ।

ସେଠାରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତୃତ୍ୱଙ୍କ ସହ ଚର୍ଚ୍ଚା ଆଲୋଚନା କରି ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ବିଜେପି ପ୍ରସ୍ତୁତ କରୁଛି। ୨୦୨୪ ନିର୍ବାଚନ ପାଇଁ ବିଜେପି ସଶକ୍ତ ଲଢେଇ ପାଇଁ ଯାହା ଯାହା ଆବଶ୍ୟକତା ରହିଛି ସେ ସବୁ ଦଳ କରୁଛି। ଏଥିରେ କୌଣସି ମାଫ ଦିଆଯିବ ନାହିଁ। ଆଗାମୀ ଦିନର କାର୍ଯ୍ୟପନ୍ଥା କ’ଣ ହେବ ସେ ଦିଗରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି। ୨୦୨୪ କେବଳ ବିଜେପି ପାଇଁ ନୁହଁ ଓଡ଼ିଶାର ଆଗାମୀ ଭବିଷ୍ୟତ କ’ଣ ହେବ ତାହା ମଧ୍ୟ ନିଷ୍ପତ୍ତି ନେବ । ୨୦୩୬ ମସିହାରେ ଓଡ଼ିଶା କ’ଣ ହେବକୁ ଯାଉଛି ତାହା ମଧ୍ୟ ଦର୍ଶାଇବ । ୨୦୨୪ ନିର୍ବାଚନ ଓଡ଼ିଶାର ଭବିଷ୍ୟତ ପାଇଁ ମଧ୍ୟ ବାଟ ଦେଖାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ