Masthead

ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଂସଦ ମହେଶ ସାହୁଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଂସଦ ମହେଶ ସାହୁଙ୍କ ଖୋଲା ଚ୍ୟାଲେଞ୍ଜ । ୧୨ ବର୍ଷର ଯୁବକ ବାଜି ରାଉତ ଇଂରେଜ ସରକାରକୁ ଧମକେଇ ଦେଲା । ୬୨ ବର୍ଷର ଲୋକ କ’ଣ ପାରିବନି କି ବୋଲି ମହେଶ ପ୍ରଶ୍ଚ କରିଛନ୍ତି । ଢେଙ୍କାନାଳ ହେଉ କିମ୍ବା ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏବେ ଢେଙ୍କାନାଳ ପ୍ରସଙ୍ଗ ଆସିଥିବାରୁ ସାମ୍ନାକୁ ଆସିଛନ୍ତି ଢେଙ୍କାନାଳ ବିଜେଡି ସାଂସଦ ମହେଶ ସାହୁ । ସେ କହିଛନ୍ତି, ଧର୍ମେନ୍ଦ୍ର ଜଣେ ବ୍ୟକ୍ତି, ମୁଁ ବି ଜଣେ ବ୍ୟକ୍ତି। ଯଦି ୧୨ ବର୍ଷର ଯୁବକ ବାଜି ରାଉତ ଧମକେଇ ଦେଲା । ୬୨ ବର୍ଷର ଲୋକ କ’ଣ ପାରିବନି ? ୨୦୦୯ ରେ ପରାସ୍ତ କରାଯାଇଥିଲା। ୨୦୨୪ ରେ ଯିଏ ଆସିବ ଲଢ଼ିବାକୁ ପ୍ରସ୍ତୁତ ।  ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଓଡ଼ିଶା ଆସି ଢେଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ର ଗସ୍ତ କରୁଛନ୍ତି ।

ତାଙ୍କ ଧର୍ମପନ୍ତୀ ସାମାଜିକ କାର୍ୟ୍ୟରେ ସିଧାସଳଖ ଯଡିତ ଅଛନ୍ତି । ସମ୍ବଲପୁର ଓ ଢେଙ୍କନାଳ ଜିଲ୍ଲାରେ ସେ ସକ୍ରିୟ ଅଛନ୍ତି । ଜନହିତକର କାର୍ୟ୍ୟକରି ସାଧାରଣ ଲୋକଙ୍କ ନିକଟତ୍ତର ହେଉଛନ୍ତି । ଖାଲି ସେତିକି ନୁହେଁ, ସ୍ୱାମୀଙ୍କ ବାର୍ତ୍ତା ମଧ୍ୟ ପହଞ୍ଚାଉଛନ୍ତି । ମାତ୍ର କ୍ୟାମେରା ସାମ୍ନାକୁ ଆସୁନାହାନ୍ତି ଧର୍ମେନ୍ଦ୍ରଙ୍କ ପନ୍ତୀ ଏମ୍ଟି ପ୍ରଧାନ । ବିଜେଡି ସାଂସଦ ମହେଶ ସାହୁ ବାଜି ରାଉତଙ୍କୁ ସାମ୍ନାରେ ନିଜକୁ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚାଲେଞ୍ଜ ଦେବା ଚର୍ଚ୍ଚାର ବିଷୟ ହୋଇଛି ।   ଶୁଣାଯାଉଥିଲା ମହେଶ ସାହୁ ବିଜେପିକୁ ଫେରି ପାରନ୍ତି । ଏବେ ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚ୍ୟାଲେଞ୍ଜେ ଦେଉଥିବାରୁ ବିଜେଡି ଓ ବିଜେପି ଶିବିରରେ ଚର୍ଚ୍ଚା ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ