Before Header

କାର୍ଯ୍ୟକାଳ ସାରିପାରୁନାହାନ୍ତିି ବାଚସ୍ପତି

0 43

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ମାନୁଆଲ ଅନୁଯାୟୀ ଜଣେ ବଚସ୍ପତିଙ୍କ କାର୍ଯ୍ୟକାଳ ୫ ବର୍ଷ ହୋଇଥାଏ । ବିଧାନସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରୁହେ । କିନ୍ତୁ ୧୯ ବର୍ଷ ଭିତରେ ୭ ବାଚସ୍ପତି ତାଙ୍କ କାର୍ଯ୍ୟକାଳ ପୂରା କରିନାହାନ୍ତି । ନବୀନଙ୍କ ଶାସନକାଳରେ ପ୍ରଥମ ଓ ତୃତୀୟ ପାଳିକୁ ଛାଡ଼ିଦେଲେ ଆଉ କୌଣସି ସମୟରେ ଜଣେ ବି ବାଚସ୍ପତି କାର୍ଯ୍ୟକାଳ ଶେଷ କରିପାରି ନାହାନ୍ତି । ୨୦୦୦ରେ ନବୀନ ପଟ୍ଟନାୟକଙ୍କ ସରକାର ଗଠନ ହୋଇଥିଲା । ବିଜେଡି -ବିଜେପି ମିଳିତ ମନ୍ତ୍ରିମଣ୍ଡଳରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବାଚସ୍ପତି ଭାବେ ବରିଷ୍ଠ ନେତା ଶରତ କରଙ୍କୁ ନିର୍ବାଚିତ କରାଯାଇଥିଲା ।

ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ବାଚସ୍ପତି ଥିଲେ । ଯଦିଓ ଏହା ୫ ବର୍ଷ ସମୟ ନଥିଲା, କିନ୍ତୁ ଆଗୁଆ ବିଧାନସଭାକୁ ଭଙ୍ଗ କରାଯାଇ ସରକାର ନିର୍ବାଚନକୁ ଯାଇଥିଲେ । ୨୦୦୪ରେ ନୂଆ ବିଧାନସଭା ଗଠନ କରାଯାଇଥିଲା । ନବୀନଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳିର ସରକାର ଆରମ୍ଭ ହୋଇଥିଲା । ଏଥିରେ ପୁରୀର ତତକାଳୀନ ବିଧାୟକ ମହେଶ୍ୱର ମାହାନ୍ତି ବାଚସ୍ପତି ହୋଇଥିଲେ । ସେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ । ବିବାଦୀୟ ସ୍ଥିତିରେ ତାଙ୍କୁ ବଦଳାଯାଇଥିଲା ।୨୦୦୮ ମାର୍ଚ୍ଚ ୩୧ ରୁ ୨୦୦୮ ଅଗଷ୍ଟ ୧୯ ଯାଏଁ ଅସ୍ଥାୟୀ ଭାବେ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ଦାୟିତ୍ୱ ତୁଲାଇଥିଲେ ।

ପରେ ୨୦୦୮ ଅଗଷ୍ଟ ୧୯ରେ ଝାରସୁଗୁଡ଼ା ବିଧାୟକ କିଶୋର ମହାନ୍ତି ବାଚସ୍ୱତି ହୋଇଥିଲେ । ସେ ୨୦୦୯ ମେ ୨୫ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ୨୦୦୯ରେ ନୂଆ ବିଧାନସଭା ଗଠନ ହେଲା ।ଏଥିରେ ବୌଦ୍ଧ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରଦୀପ ଅମାତ ବାଚସ୍ପତି ହୋଇଥିଲେ । ସେ ୨୦୦୯ ମେ ୨୫ ରୁ ୨୦୧୪ ମେ ୨୦ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ୨୦୧୪ ରେ ନୂଆ ବିଧାନସଭା ଗଠନ ହେଲା । ନୂଆ ବାଚସ୍ପତି ଭାବେ ସୋନପୁର ବିଧାୟକ ତଥା ବର୍ତ୍ତମାନ ବିଧାୟକ ନିରଞ୍ଚନ ପୂଜାରୀ ଦାୟିତ୍ୱ ନେଇଥିଲେ । ସେ ୨୦୧୪ର ୨୦୧୭ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ । ତାଙ୍କୁ ବଦଳାଯାଇ ପୁଣି ପ୍ରଦୀପ ଅମାତଙ୍କୁ ଦିଆଗଲା ବାଚସ୍ପତି ଦାୟିତ୍ୱ । ସେ ୨୦୦୯ ମେ ୩୧ ପର୍ଯ୍ୟନ୍ତ ରହିଥିଲେ । ୨୦୧୯ ରେ ନୂଆ ବିଧାନସଭାରେ ସୂର୍ଯ୍ୟ ପାତ୍ର ବାଚସ୍ପତି ହୋଇଥିଲେ ।

ସେ ୨୦୨୨ ଜୁନ୍ ୪ରେ ଇସ୍ତଫା ଦେଇଥିଲେ । ୨୦୨୨ ଜୁନ ୧୩ ରେ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା । ବର୍ଷଟିଏ ଯାଇନି ସେ ମଧ୍ୟ ଇସ୍ତଫା ଦେଲେ । ୨୦୨୩ ଜୁନ୍ ୧୨ରେ ଭଞ୍ଜନଗରରୁ ୬ଥର ନିର୍ବାଚିତ ହୋଇ ବାଚସ୍ପତି ହୋଇଥିବା ବିକ୍ରମ ଆରୁଖ ନିଜ ପଦବୀରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.