Masthead

ମହାମାରୀରେ ୩୬ ଆଞ୍ଚଳିକ ଦଳଙ୍କ ଆୟ ୧୧୪% ବଢ଼ିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ହେଉଛି ବିଜେଡି । ଓଡ଼ିଶାର ଶାସନ ଦଳ ବିଜେଡି ଦ୍ୱିତୀୟ ଧନୀ ଏବଂ ଆୟରେ ସର୍ବାଧିକ ଅଭିବୃଦ୍ଧି ହୋଇଥିବା ଆଞ୍ଚଳିକ ରାଜନୈତିକ ଦଳ । ଯାହାର ଆୟ ୩୬ ଆଞ୍ଚଳିକ ରାଜନୈତିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ । ୩୬ ଆଞ୍ଚଳିକ ଦଳଙ୍କ ସମୁଦାୟ ଆୟ ୧୨୧୩ କୋଟି ୧୩୨ ଲକ୍ଷ ହୋଇଥିବା ବେଳେ ଏଥିରୁ ବିଜେଡିର କେବଳ ୩୦୭ କୋଟି ୨୮୮ଲକ୍ଷ । ନିର୍ବାଚନ ପ୍ରଚାର ସମେତ ବିଭିନ୍ନ କ୍ଷେତ୍ରରେ ୨୦୨୧ ମସିହାରେ ଦଳ ୨୮କୋଟି ୩୬ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର ୯୦.୬୮ ପ୍ରତିଶତ ଅର୍ଥାତ ୨୭୮କୋଟି ୬୫୮ଲକ୍ଷ ଟଙ୍କା ବଳକା ରହିଛି ।

ଦଳକୁ ୯୪.୦୭ ପ୍ରତିଶତ ଅର୍ଥାତ ୨୯୧ କୋଟି ଗ୍ରାଣ୍ଟ, ଡୋନେସନ ଏବଂ କଣ୍ଟ୍ରିବ୍ୟୁସନ ଜରିଆରେ ମିଳିଛି । ୧୬ କୋଟି ୧୭୬ଲକ୍ଷ ଟଙ୍କା ବ୍ୟାଙ୍କ ସୁଧ, ୦.୦୧୬ କୋଟି ବିଭିନ୍ନ ପ୍ରକାର ଫି ଏବଂ ୦.୦୯୬ କୋଟି ଟଙ୍କା ଅନ୍ୟ ସୂତ୍ରରୁ ମିଳିଛି । ସେହିପରି ଡିଏମକେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଟିଆରଏସ ତୃତୀୟ ଧନୀ ତାଲିକାରେ ରହିଛି । ସୂଚନା ଅନୁସାରେ ଭାରତୀୟ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ଘୋଷଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼