Masthead

ମହାମାରୀରେ ୩୬ ଆଞ୍ଚଳିକ ଦଳଙ୍କ ଆୟ ୧୧୪% ବଢ଼ିଛି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ହେଉଛି ବିଜେଡି । ଓଡ଼ିଶାର ଶାସନ ଦଳ ବିଜେଡି ଦ୍ୱିତୀୟ ଧନୀ ଏବଂ ଆୟରେ ସର୍ବାଧିକ ଅଭିବୃଦ୍ଧି ହୋଇଥିବା ଆଞ୍ଚଳିକ ରାଜନୈତିକ ଦଳ । ଯାହାର ଆୟ ୩୬ ଆଞ୍ଚଳିକ ରାଜନୈତିକ ଦଳଙ୍କ ଆୟର ୨୫.୩୩ ପ୍ରତିଶତ । ୩୬ ଆଞ୍ଚଳିକ ଦଳଙ୍କ ସମୁଦାୟ ଆୟ ୧୨୧୩ କୋଟି ୧୩୨ ଲକ୍ଷ ହୋଇଥିବା ବେଳେ ଏଥିରୁ ବିଜେଡିର କେବଳ ୩୦୭ କୋଟି ୨୮୮ଲକ୍ଷ । ନିର୍ବାଚନ ପ୍ରଚାର ସମେତ ବିଭିନ୍ନ କ୍ଷେତ୍ରରେ ୨୦୨୧ ମସିହାରେ ଦଳ ୨୮କୋଟି ୩୬ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏହାର ୯୦.୬୮ ପ୍ରତିଶତ ଅର୍ଥାତ ୨୭୮କୋଟି ୬୫୮ଲକ୍ଷ ଟଙ୍କା ବଳକା ରହିଛି ।

ଦଳକୁ ୯୪.୦୭ ପ୍ରତିଶତ ଅର୍ଥାତ ୨୯୧ କୋଟି ଗ୍ରାଣ୍ଟ, ଡୋନେସନ ଏବଂ କଣ୍ଟ୍ରିବ୍ୟୁସନ ଜରିଆରେ ମିଳିଛି । ୧୬ କୋଟି ୧୭୬ଲକ୍ଷ ଟଙ୍କା ବ୍ୟାଙ୍କ ସୁଧ, ୦.୦୧୬ କୋଟି ବିଭିନ୍ନ ପ୍ରକାର ଫି ଏବଂ ୦.୦୯୬ କୋଟି ଟଙ୍କା ଅନ୍ୟ ସୂତ୍ରରୁ ମିଳିଛି । ସେହିପରି ଡିଏମକେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଟିଆରଏସ ତୃତୀୟ ଧନୀ ତାଲିକାରେ ରହିଛି । ସୂଚନା ଅନୁସାରେ ଭାରତୀୟ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳଙ୍କୁ ସେମାନଙ୍କ ଆୟ-ବ୍ୟୟର ଘୋଷଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା