Masthead

ଗାଡ଼ି ନମ୍ବର ଲୁଚାଇବା ପଡ଼ିବ ମହଙ୍ଗା, ଜରିମାନା ନୁହେଁ ଜବତ ହେବ ଗାଡ଼ି

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏବେ ଗାଡ଼ି ନମ୍ବର ଲୁଚାଇବା ପଡ଼ିବ ମହଙ୍ଗା । କାରଣ ଗାଡି ଚାଳକଙ୍କ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି କମିଶନରେଟ ପୁଲିସ । ଫାଇନରୁ ବର୍ତ୍ତିବା ପାଇଁ କିଛି ଗାଡ଼ି ଚାଳକ ନମ୍ବର ପ୍ଲେଟ ଲୁଚାଉଛନ୍ତି । କିଛି ଅପରାଧୀ ନମ୍ବର ପ୍ଲେଟର ଅଧା ଭାଙ୍ଗିଦେଉଛନ୍ତି । କିଛି ଲୋକେ ନମ୍ବର ପ୍ଲେଟରୁ ନମ୍ବର ଲିଭାଇ ଦଉଛନ୍ତି ।

ଏଭଳି ଗାଡି ଚାଳକଙ୍କ ଧରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି କମିଶନରେଟ ପୁଲିସ । ସହରରେ ପ୍ରମୁଖ ଛକଗୁଡିକରେ ଟ୍ରାଫିକ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ନମ୍ବର ପ୍ଲେଟ ବିକୃତ କରୁଥିବା ବ୍ୟକ୍ତିମାନଙ୍କୁଠୁ ଖାଲି ଜରିମାନା ନୁହେଁ ଆବଶ୍ୟକ ପଡିଲେ ସେମାନଙ୍କ ଗାଡି ଜବତ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ଏସିପି ସ୍ୱସ୍ତିକ୍ ପଣ୍ଡା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ