Masthead

ପଲିଥିନ ତଳେ ଜୀବନ

ରାଜନଗର, (ବଡ଼ ଖବର ବ୍ୟୁରୋ): ଗରିବ, ନିରାଶ୍ରୟ ଓ ଅସହାୟ ଲୋକମାନଙ୍କ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ । ଏଥିପାଇଁ ରାଜକୋଶରୁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ ହେଉଛି । କିନ୍ତୁ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଖାମଖିଆଲ ମନୋଭାବ ଏବଂ ପିସି କାରବାର ଯୋଗୁଁ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ବାଟହୁଡୁଛି ।

ଆମେ କହୁଛୁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତ ବନ୍ଧପାଟଣା ଗାଁର କେଶବ ସେଠୀଙ୍କ କଥା । କେଶବ ନିଜ ୧୨ବର୍ଷର ଝିଅ ଲିଜା ସହ ଭାଗ୍ୟକୁ ଆଦରି ରାସ୍ତା କଡରେ ଜୀବନ ଜିଉଛନ୍ତି । କେଶବଙ୍କ ଠିକଣା କହିଲେ ବନ୍ଧପାଟଣା ରାସ୍ତା କଡ କେଇଖଣ୍ଡ ବାଉଁଶ ଓ କଳାପାଲରେ ତିଆରି ପଲା । ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ କେଶବ ଦୂରାରୋଗ୍ୟରେ ପୀଡିତ । ଯାହାକି କେଶବକୁ ଭିକ୍ଷାବୃତ୍ତି କରିବାକୁ ବାଧ୍ୟ କରିଛି । ଆଖପାଖ ଗାଁରେ ମାଗି ଯାହା ଆଣନ୍ତି ତାକୁ ବାପ-ଝିଅ ବାଣ୍ଟି ଖାଆନ୍ତି । ଜରିପାଲରେ ଏକ ପଲା କରି ବିପଦଜନକ ଅବସ୍ଥାରେ ରହୁଛନ୍ତି କେଶବ ଓ ତାଙ୍କ ସପ୍ତମ ଶ୍ରେଣୀରେ ପଢୁଥିବା ଏକମାତ୍ର ଝିଅ ଲିଜା । ଗାଁ ସ୍କୁଲରେ ଭଲ ପଢୁଥିବା ଲିଜା ଅର୍ଥ ଅଭାବରୁ ଝିଅର ପଢାରେ ଡୋରି ବନ୍ଧି ଦେଇଛି ।

କେଶବଙ୍କ ନାମରେ ଜମି ନଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କି ବିଜୁ ପକ୍କାଘର ମିଳି ପାରୁନାହିଁ । ଅନ୍ୟପଟେ କେଶବ ତାଙ୍କ ବାପାଙ୍କ ନାମରେ ଥିବା ଏକ ଅସ୍ଥାୟୀ ଅନାବାଦୀ ଜାଗାରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି । ଘରଖଣ୍ଡେ ପାଇବା ଲାଗି ସେ ୱାର୍ଡ ମେମ୍ବରଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ ମଧ୍ୟ ଆଜି ଯାଏ ସୁଫଳ ପାଇ ନାହାନ୍ତି । ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଇ ନପାରିବାରୁ ସରକାରୀ ଯୋଜନା ତାଙ୍କଠାରୁ ବହୁ ଦୂରରେ ବୋଲି କ୍ଷୋଭର ସହ କହିଛନ୍ତି କେଶବ । ସରକାରୀ ସହାୟତା କହିଲେ ମାସକୁ ଭତ୍ତା ୭୦୦ଟଙ୍କା ଓ ୩୫କିଲୋ ଚାଉଳ ମିଳୁଛି ।

ଆମେ କେଶବଙ୍କ ସମସ୍ୟା ନେଇ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟଙ୍କୁ ଯୋଗାଯୋଗ କରିଥିଲୁ । ସେ କହିବା କଥା ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ କେଶବ ଘରଖଣ୍ଡେ ପାଇପାରୁ ନାହାନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସ୍ଥାନୀୟ ବିଡିଓ ଅଣଦେଖା କରୁଛନ୍ତି । ଆମ ପ୍ରତିନିଧି ରାଜନଗର ବିଡିଓଙ୍କ ପ୍ରତିକ୍ରିୟା ପାଇଁ ଯାଇଥିଲେ ମଧ୍ୟ ବିଡିଓ ମହାଶୟ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ । କେଶବ ପ୍ରତି ନିଷ୍ଠୁର ପାଲଟିଥିବା ଏ ସରକାର କେବେ ତାଙ୍କ ଦୁଃଖ ବୁଝିବେ ଏବଂ ତାର ଏକମାତ୍ର ଝିଅ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହେବ ତାହା ଉପରେ ଏବେ ‘ବଡ଼ ଖବର’ର ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ୩ ଦିନ ପ୍ରବଳ ବର୍ଷିବ 🔴 ଓଏଏସ୍ ଓ ଓଆରଏସଙ୍କ ଛୁଟି