Masthead

ଫ୍ରେଞ୍ଚ ଓପନ ଟାଇଟଲ ଜିତିଲେ ନାଡାଲ

ପ୍ୟାରିସ୍, (ବଡ଼ ଖବର ବ୍ୟୁରୋ) : ଇତିହାସ ସୃଷ୍ଟି କଲେ ନାଡାଲ । ରୋଲାଣ୍ଡ ଗାରୋରେ ସ୍ପେନୀୟ ତାରକା ରାଫେଲ ନାଡାଲ ରବିବାର ୧୩ତମ ଥର ପାଇଁ ଫ୍ରେଞ୍ଚ ଓପନ୍ ସିଙ୍ଗଲ୍ସ ଟାଇଟଲ ଜିତି ରେକର୍ଡ କରିଛନ୍ତି । ଏହି ଟାଇଟଲ ବିଜୟ ସହିତ , ୩୪ ବର୍ଷୀୟ ନାଡାଲ ୨୦ ଥର ଗ୍ରାଣ୍ଡ ସ୍ଲାମ୍ ଟାଇଟଲ ଦଖଲ କରି ରୋଜର ଫେଡେରରଙ୍କ ସହ ସମକ୍ଷକ ହୋଇଛନ୍ତି । ରାଫେଲ ନାଡାଲ ବିଶ୍ୱ ନମ୍ବର-୧ ସର୍ବିଆ ତାରକା ନୋଭାକ୍ ଜୋକୋଭିଙ୍କୁ ସିଧା ସଳଖ ସେଟରେ ପରାସ୍ତ କରି ଏହି ରେର୍କଡ ସୃଷ୍ଟି କରିଛନ୍ତି ।

ଉଭୟ ଖେଳାଳି ଏପର୍ୟ୍ୟନ୍ତ ପରସ୍ପର ବିପକ୍ଷରେ ଆଠଟି ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଛନ୍ତି, ଯେଉଁଥିରେ ସେମାନେ ପ୍ରତ୍ୟେକ ଚାରିଟି ଜିତିଛନ୍ତି। ଫ୍ରେଞ୍ଚ ଓପନର ଫାଇନାଲରେ ଉଭୟ ଖେଳାଳି ତୃତୀୟ ଥର ପାଇଁ ଖେଳିବେ। ଏହାପୂର୍ବରୁ ୨୦୧୪ ରେ ଉଭୟ ଖେଳାଳି ସଂଘର୍ଷ କରିଥିଲେ, ଯେଉଁଥିରେ ନାଡାଲ ଟାଇଟଲ ଜିତିଥିଲେ । ଏହା ବିଜୟ ସହିତ ରୋଲାଣ୍ଡ ଗୋରା ଉପରେ ତାଙ୍କର ୧୦୦ ତମ ବିଜୟ ହେଉଛି । ସେ ଏଠାରେ ସେମିଫାଇନାଲ ଏବଂ ଫାଇନାଲରେ କେବେ ହାରି ନାହାଁନ୍ତି । ଆଜିର ମ୍ୟାଚ ମଧ୍ୟ ସେ ଜିତି ତାଙ୍କର ବିଜୟ ରେର୍କଡ ବଜାୟ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ମହିଳା ସଂରକ୍ଷଣ ମହାବିତର୍କ, ୧୩ ଘଣ୍ଟା ୪୫ ମିନିଟ୍ ଚାଲିଲା ବିଧାନସଭା 🔴 ଘଡ଼ଘଡ଼ି ସହ ବର୍ଷା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ