Masthead

ସରକାରଙ୍କ ଦୃଷ୍ଟି ଆଢୁଆଳରେ ଖୁଲଣାଙ୍କ ପରିବାର

ନିଆଳି(ବଡ଼ ଖବର ବ୍ୟୁରୋ): ସରକାରଙ୍କ ଦୃଷ୍ଟି ଆଢୁଆଳରେ ଖୁଲଣା କାଣ୍ତିଙ୍କ ପରିବାର । କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ପଞ୍ଚାୟତର ବାଲିସାହି ଗ୍ରାମର ଖୁଲଣା କାଣ୍ତିଙ୍କ ସ୍ୱାମୀ ଧୋବା କାଣ୍ତିଙ୍କ ମୃତ୍ୟୁ ପରେ ପରିବାର ବୋଝ ମୁଣ୍ଡାଇଥିଲେ ଝୁଲଣା।‌ ଗୋଟିଏ ପୁଅ, ବୋହୂ ଏବଂ ପାଞ୍ଚ ନାତି ନାତୁଣୀ ଭଙ୍ଗା ଦଦରା ନୂଆଣିଆ ଘରେ ଜୀବନ ବିତାଉଛନ୍ତି । ଖୁଲଣାଙ୍କ ପୁଅ ସରୋଜ ଓ ବୋହୂ ମୁଲପାତି କଲେ ଘରେ ଚୂଲି ଜଳିବ, ନହେଲେ ରୋଷେଇ ବନ୍ଦ।‌ ଖରା,ବର୍ଷା ଓ ଶୀତ କାକରରେ ଅତି ବିପଦପୂର୍ଣ୍ଣ ଭାବରେ ପଲିଥିନ୍ ତଳେ ଜୀବନ ଜିଉଁଛନ୍ତି ଆଠପ୍ରାଣୀ କୁଟୁମ୍ବ ।

ଯେଉଁ ଘରେ ଗୃହ ପାଳିତ ପଶୁ ରହିବେ ନାହିଁ, ସେଇ ଘରେ ଖୁଲଣାଙ୍କ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି। ଖୁଲଣା କିମ୍ବା ତାଙ୍କ ପୁଅ ବ୍ଲକ କାର୍ଯ୍ୟାଳୟ କ’ଣ ଜାଣନ୍ତି ନାହିଁ ବୋଲି କହିଛନ୍ତି ଖୁଲଣା। ଘର ସଜାଡିବା ପାଇଁ ସରୋଜ ଓ୍ୟାର୍ଡ ସଭ୍ୟଙ୍କ ଠାରୁ ଆରମ୍ଭ କରି ସରପଞ୍ଚଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିସାରିଛନ୍ତି । ହେଲେ ଆଜି ପର୍ୟ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନାହିଁ। ପବନ କିମ୍ବା ବର୍ଷା ହେଲେ ସରକାରୀ ସ୍କୁଲ ଏମାନଙ୍କୁ ଖୋଜିବାକୁ ପଡେ। ନୂଆଣିଆ ଫଟା ପଲିଥିନ୍ ତଳେ ଠିଆ ହେଲେ ସୂର୍ଯ୍ୟ ଓ ଚନ୍ଦ୍ର ଦେଖାଯାଉଛି ।

ମାଧବ ପଞ୍ଚାୟତର ସରପଞ୍ଚ ବାବୁରାମ ମଲ୍ଲିକ କହିଛନ୍ତି ସେ ସରକାରଙ୍କୁ ଜଣାଇବେ । ଖୁଲଣାଙ୍କ କହିବା କଥା ଇନ୍ଦିରା ଆବାସ ବାବଦକୁ ୨୦ ହଜାର ଟଙ୍କା ମିଳିଥିଲା । ସ୍ୱାମୀଙ୍କ ଦେହରେ ଯାହା ଖର୍ଚ୍ଚ ହେଲା । ଆଉ ଓ୍ୟାର୍କ ଅର୍ଡର ସମୟରେ ଦଲାଲ ପାଞ୍ଚ ହଜାର ଟଙ୍କା ଚଳୁ କରି ନେଇଗଲା।‌ ଆଉ ଘର କେମିତି କରିବି । ସରୋଜକୁ ମଧ୍ୟ ସରକାରୀ ଆବାସ ମିଳିପାରିନାହିଁ । ବାଧ୍ୟ ହୋଇ ଫଟା ପଲିଥିନ୍ ତଳେ ଜୀବନ ବିତାଇବାକୁ ପଡୁଛି ବୋଲି କାନ୍ଦି କାନ୍ଦି କହିଛନ୍ତି ଖୁଲଣା।‌

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ