Masthead

ମୌଳିକ ସୁବିଧାରୁ ବଞ୍ଚିତ ବୁରୁସାହିବାସୀ

ଧର୍ମଶାଳା(ବଡ଼ ଖବର ବ୍ୟୁରୋ): ବଦଳି ଗଲେଣି ଜିଲ୍ଲାପାଳ । ହେଲେ ପୋଷ୍ୟ ଗ୍ରାମର ଅବସ୍ଥା ଯୋଉ ତିମିରେକୁ ସେଇ ତିମିରେ। ଜିଲ୍ଲାପାଳ କରିଥିଲେ ପୋଷ୍ୟ ଗ୍ରାମ । ରାସ୍ତାଘାଟ, ବିଜୁଳି, ପାନୀୟ ଜଳ, ଶିକ୍ଷାର ଉନ୍ନତି ପାଇଁ ଦେଇଥିଲେ ପ୍ରତିଶ୍ରୁତି । ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଗଲା । ବୁରୁସାହିରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଏବେ ମଧ୍ୟ ଲାଗିରହିଛି । ସରକାରୀ ଶିକ୍ଷକଙ୍କ ଦେଖାନାହିଁ । ଗଛମୂଳେ ପଢାଉଛନ୍ତି ସ୍ବେଛାସେବୀ ଅନୁଷ୍ଠାନର ଶିକ୍ଷକ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅଞ୍ଜିରା ପଞ୍ଚାୟତର ଅବହେଳିତ ଆଦିବାସୀ ଗାଁ ବୁରୁସାହି ପାଇଁ ପ୍ରଶାସନ ୬ ବର୍ଷ ପୂର୍ବରୁ ବିଭିନ୍ନ ଯୋଜନା କରିଥିଲା । ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଘଟଣାସ୍ଥଳ ପରିଦର୍ଶନ କରି ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ, ସର୍ବୋପରି ଉକ୍ତ ଗ୍ରାମକୁ ଏକ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର, ବିଜୁଳି, ରାସ୍ତା, ପାନୀୟ ଜଳ, ସ୍ଵାସ୍ଥ୍ୟସେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିଲା। ହେଲେ ୬ ବର୍ଷ ପରେ ମଧ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ବସୁନ୍ଧରା ଯୋଜନାରେ ବୁରୁସାହିର ୨୫ଟି ପରିବାରକୁ ଗୁଣ୍ଡିକିଆ ଜମିପଟ୍ଟା ତ ମିଳିଛି ହେଲେ ସେମାନେ ଜାଣି ନାହାନ୍ତି ତାଙ୍କ ଜାଗା କୋଉଠି? ଏହା ବ୍ୟତୀତ ଅନ୍ୟ କୌଣସି ସୁବିଧା କରାଯାଇନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଗାଁକୁ ଏପର୍ୟ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିନଥିବା ବେଳେ ସୌଭାଗ୍ୟ ଯୋଜନାରେ ଦିଆଯାଇଥିବା ବିଦ୍ୟୁତ୍ ସେବା କିଛିଦିନ ପରେ ବନ୍ଦ ହୋଇଯାଇଛି।

ଏହା ବ୍ୟତୀତ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ। ପୂର୍ବରୁ ଗାଁରେ ଥିବା ନଳକୂଅ ପାଣି ବ୍ୟବହାର ଅନୁପଯୋଗୀ। ଆବଶ୍ୟକ ପାଣି ବାହାରୁ ନଥିବାରୁ ଲୋକେ ନାଳପାଣି ବ୍ୟବହାର କରୁଛନ୍ତି। କାହାରିକୁ ମଧ୍ୟ ଏଯାଏ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ମିଳିନାହିଁ। ସେହିପରି ଏଠାକାର ଅନେକ ଲୋକ ବାର୍ଦ୍ଧକ୍ୟ କିମ୍ବା ବିଧବା ଭତ୍ତା ପାଇବା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଏଥିରୁ ବଞ୍ଚିତ ହୋଇଛନ୍ତି। ରାସନ ସାମଗ୍ରୀ ପାଇଁ ଲୋକମାନେ ୩ କିଲୋମିଟର ଦୂର ଡିଲରଙ୍କ ନିକଟକୁ ଚାଲିଚାଲି ଯାଉଛନ୍ତି।

ପ୍ରଶାସନର ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଇଛି। ଝଡ଼ବାତ୍ୟା, ବର୍ଷା ବିତ୍ପାତ ବେଳେ ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ୨୫ ଟି ପରିବାରର ଶତାଧିକ ଲୋକ ଓ ୫୦ ଶିଶୁ ରହୁଥିବା ବୁରୁସାହି ଓଡ଼ିଶାରୁ ବାହାରେ କି? ତତ୍କାଳୀନ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଣିରେ ଗାର । ଏବେ ବି ମୌଳିକ ସୁବିଧା ପାଇଁ ଝୁଝି ହେଉଛନ୍ତି ବୁରୁସାହି ଲୋକେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ