Masthead

ଗୁଳିବର୍ଷା ଦେଖି ଛତ୍ରଭଙ୍ଗ

ହରିଦାସପୁର(ବଡ଼ ଖବର ବ୍ୟୁରୋ): ଭାରତର ସହନଶୀଳତାକୁ ପରଖୁଛି ପାକିସ୍ତାନ । ସୀମାରେ କରୁଛି ବାରମ୍ବାର ଗୁଳିବର୍ଷା । ଭାରତରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଯୋଗଉଛି ଅସ୍ତ୍ରଶସ୍ତ୍ର । ଏତିକିରେ ପାକିସ୍ଥାନର ମନ ବୁଝୁନି । ଭାରତୀୟ ସୀମା ଭିତରେ ଉଡାଉଛି ଡ୍ରୋନ । ଭାରତର ଯବାନମାନେ ପାକିସ୍ଥାନର ଉଦ୍ୟମ ପଣ୍ଡ କରି ମୁହଁତୋଡ ଜବାବ ଦେଉଛନ୍ତି ।
ଶନିବାର ରାତି ପ୍ରାୟ ୨ ଟା । ପଞ୍ଜାବରେ ଭାରତୀୟ ସୀମା ଭିତରକୁ ପଶିଆସିଥିଲା ପାକିସ୍ତାନ ଡ୍ରୋନ୍ । ବିଏସଏଫ ଯବାନମାନେ ଚଳାଇଥିଲେ ଗୁଳି । ଡ୍ରୋନ ପାକିସ୍ତାନକୁ ଫେରିଯାଇଥିଲା। ବିଏସଏଫ ଡିଜି ରାଜେଶ ଶର୍ମା କହିଛନ୍ତି ପାକିସ୍ତାନୀ ଡ୍ରୋନ ଦୁଇଟି ସ୍ଥାନରେ ଭାରତୀୟ ସୀମାରେ ପ୍ରବେଶ କରିଥିଲା । ବିଏସଏଫ ଯବାନମାନେ ପାକିସ୍ତାନର ବିପି ଚାନ୍ଦବାଡାଲା ପୋଷ୍ଟରୁ ଡ୍ରୋନର ଶବ୍ଦ ଶୁଣିଥିଲେ। ଯବାନମାନେ ସମୁଦାୟ ୮ ରାଉଣ୍ଡ ଗୁଳି ଚଳାଇଥିଲେ। ଡ୍ରୋନ୍ ୧୦ ରୁ ୧୫ ସେକେଣ୍ଡ ପାଇଁ ଅଟକି ଯାଇ ପାକିସ୍ତାନ ଆଡକୁ ପଳାଇଥିଲା । ଏହି ଡ୍ରୋନ୍ ଦୁଇଟି ଭାରତୀୟ୍ର ସୀମାର ପ୍ରାୟ ୨୦୦ ମିଟର ଭିତରକୁ ପଶିଆସିଥିଲା ।
ପରେ ସଦାନୱାଲିରେ ପ୍ରାୟ ତିନିଟା ବେଳେ ହାରୁୱାଲ ଗାଁ ଆଡକୁ ଯାଉଥିବା ଡ୍ରୋନର ଶବ୍ଦ ଶୁଣାଯାଇଥିଲା । ପାଞ୍ଚ ମିନିଟ୍ ପରେ ସେହି ଡ୍ରୋନ୍ ମଧ୍ୟ ପାକିସ୍ତାନକୁ ଫେରିଯାଇଥିଲା । ସକାଳ ପ୍ରାୟ ସାଡେ ଚାରିଟା ବେଳେ ସୈ ନିକମାନେ ପାକିସ୍ତାନରୁ ଭାରତ ଆଡକୁ ଆସୁଥିବା ଡ୍ରେନର ଶବ୍ଦ ଶୁଣିଥିଲେ। ସୈ ନିକମାନେ ଗୁଳି ଚଳାଇଥିଲେ । ଫଳରେ ଡ୍ରୋନ୍ ମଧ୍ୟ ପାକିସ୍ତାନ ଆଡକୁ ମୁହାଁଇଥିଲା। ଏହି ଡ୍ରୋନ୍ ପ୍ରାୟ ୧୫୦ ମିଟର ପର୍ୟ୍ୟନ୍ତ ଭାରତୀୟ ସୀମାରେ ପ୍ରବେଶ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି