Masthead

ଗୁଣି ଗାରେଡି ସନ୍ଦେହରେ ହତ୍ୟା, ଥାନାରେ ଅଭିଯୋଗ

(ବଡ଼ ଖବର ବ୍ୟୁରୋ): ଗୁଣି ଗାରେଡି ସନ୍ଦେହରେ ଯୁବତୀଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବାଟି ପଞ୍ଚାୟତ ସୁଙ୍ଗୁଡ଼ା ଗତିପୋଖରୀ ଗାଁରେ ଜଣେ ଯୁବତୀଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା କାଳିଆପଦା ଗାଁର ଦୁର୍ୟ୍ୟୋଧନ ସିଂଙ୍କ ଝିଅ ରଙ୍ଗଲତା ସିଂଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ ପରିବାର ଲୋକେ ସିମୁଳିଆ ଥାନା ସୁଙ୍ଗୁଡ଼ା ଗତିପୋଖରୀ ଗୁଣିଆ ରୁଖିଆ ସିଂ ପାଖକୁ ଆଣିଥିଲେ।

ସେଠାରେ ରୁଖିଆ ସିଂ ଝଡାଫୁଙ୍କା କରିବା ସହ ଯୁବତୀଙ୍କ ବେକରେ ଚଢି ଯାଇ ଝଡାଫୁଙ୍କା କରିବା ସହ ବେତରେ ମାଡ଼ ମାରିଥିଲେ । ଯୁବତୀ ଜଣଙ୍କ ପାଣି ମାଗିବାରୁ ଗୁଣିଆ ଜଣଙ୍କ ପାଣି ପିଇବାକୁ ଦେଇ ନଥିଲେ। ଯାହା ଫଳରେ ଯୁବତୀ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଗ୍ରାମବାସୀ ମାନେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଏହି ଗ୍ରାମରେ ପୂର୍ବରୁ ଦୁଇ ଦୁଇଟି ଜୀବନ ଯାଇଥିବା ଗ୍ରାମବାସୀମାନେ ପ୍ରକାଶ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ