ପଞ୍ଜାବ (ବଡ଼ ଖବର ବ୍ୟୁରୋ): ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଆଉ ଜଣେ ଯବାନଙ୍କର ଗୁଳି ବାଜି ମୃତ୍ୟୁ ହୋଇଛି। ଭାରତୀୟ ସେନା ପକ୍ଷରୁ ଏହାକୁ ଏକ ଆକ୍ସିଡେଣ୍ଟ ବୋଲି କୁହାଯାଇଛି। ସେନା କହିଛି ଯେ ଅସ୍ତ୍ରଶସ୍ତ୍ର ରଖିବା ସମୟରେ ଏହି ଦୁର୍ଘଟଣା ହୋଇଛି। ଭଟିଣ୍ଡା କ୍ୟାଣ୍ଟ ପୋଲିସ ଷ୍ଟେସନର ଏସଏଚଓ ଗୁରଦୀପ ସିଂ କହିଛନ୍ତି, ପଞ୍ଜାବର ଭଟିଣ୍ଡାରେ ଗତ ରାତିରେ ସେନାର ଜଣେ ଯବାନଙ୍କର ମୃତ୍ୟୁ ହୋଇଛି। ସର୍ଭିସ ରିଭଲଭରରୁ ତାଙ୍କ ଅଜାଣତରେ ଗୁଳି ଫୁଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯବାନ ଜଣଙ୍କ ହେଲେ ଲଘୁ ରାଜ ଶଙ୍କର।