Masthead

ରେଲବୋର୍ଡ: ଏକ ବିଭାଗ,ଏକ ମୁଖ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରେଲୱେ ବୋର୍ଡରେ ହୋଇଛି ବଡ ପରିବର୍ତ୍ତନ । ପାଇଛି କର୍ପୋରେଟ୍ ଢାଞ୍ଚା । ଏବେ ଘରୋଇ ସଂସ୍ଥା ଚଳାଇବେ ଟ୍ରେନ୍ । ୨୦୨୪ ସୁଦ୍ଧା ଅଧିକ ଟ୍ରେନ ଚାଲୁଥିବା ରୁଟ୍ ଗୁଡିକର କ୍ଷମତାକୁ ଦୁଇଗୁଣ କରିବ ବିଭାଗ । ଫଳରେ ଅଧିକ ଟ୍ରେନ୍ ଚାଲିବ । ଘରୋଇ ସଂସ୍ଥା ପାଇଁ ୧୨ଗୋଟି ରୁଟ୍ ଚିହ୍ନଟ କରିଛି ବୋର୍ଡ । ସେହି ରୁଟ୍ ଗୁଡିକରେ ୧୫୦ଟି ଟ୍ରେନ୍ ଚଳାଚଳ କରିବ । ଘରୋଇ ସଂସ୍ଥାଗୁଡିରୁ ବିଡ୍ ଆହ୍ୱାନ ପରେ ଆଇଆରସିଟିସି ଓ ଭେଲ ଭଳି ୧୫ଗୋଟି ସଂସ୍ଥା ବିଡ୍ ଦାଖଲ କରିଛନ୍ତି । ଏହା ମାଧ୍ୟମରେ ୩୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ହାସଲ କରିବା ଲକ୍ଷ୍ୟ ରଖିଛି ବିଭାଗ । ଘରୋଇ-ସରକାରୀ ସହଭାଗିତାରେ ଲାଭାଂଶ ଭାଗବଣ୍ଟା ହେବ । ଯେଉଁ ସଂସ୍ଥା ଅଧିକ ଭାଗ ଦେବ ସେ ଏହି ବିଡର ବିଜେତା ହେବ । ଏକ ବିଭାଗ,ଏକ ମୁଖ୍ୟ ସହ ଦେଶର ୧୨ ଲକ୍ଷ ରେଳକର୍ମଚାରୀଙ୍କୁ ନେଇ ଆଗକୁ ବଢିବ ରେଳ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ